କେମିତି ବିକିବେ ତରଭୂଜ ଚିନ୍ତାରେ ଅଛନ୍ତି ଚାଷୀ
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ):କେତେ ବେଳେ ପ୍ରାକୃତିକ ବିପର୍ଯ୍ଯାୟ ର ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ କେବେ ପୁଣି ସରକାର ଙ୍କ ନିତି ନିୟମର ସମ୍ମୁଖିନ ହେବାକୁ ପଡୁଛି l ସମଗ୍ର ଦେଶରେ କରୋନା ମହାମାରୀ କୁ ନେଇ ଭୟର ବାତା ବରଣ ସୃଷ୍ଟି ହେବା ସାଙ୍ଗ କୁ ବାହାରକୁ ନବାହାରିବା ପାଇଁ ସରକାର ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଏଥିରେ କ୍ଷତି ସହୁଛନ୍ତି କ୍ଷୁଦ୍ର ଚାଷି l ଗାଁ,ହାଟ ବଜାର ବନ୍ଦ ରହୁଥିବା ବେଳେ ଆଗ ଭଳି ଆଉ ଆସୁ ନାହାନ୍ତି ବେପାରୀ l ପରିବହନ ସମସ୍ୟା ସଙ୍ଗକୁ ବିକ୍ରିବଟା ହେଉ ନଥିବାରୁ ଚାଷ ଜମି ମାନଙ୍କରେ ପଡି ରହିଛି ହଜାର ହଜାର ଫସଲ l ସେ ଉପାନ୍ତ ଅଞ୍ଚଳ ହେଉ ଅବା ଉପକୂଳ ଅଞ୍ଚଳ ସବୁଠି କ୍ଷତି ସହୁଛନ୍ତି ଚାଷୀ l ଗାଁ ବନ୍ଦ ସାଙ୍ଗକୁ ହାଟ ବଜାର ବି ବନ୍ଦ l ଜମିରେ ରହି ତରଭୂଜ ସଢିବା ସହ ଗଛରେ ରହି ତରଭୂଜ ଫାଟିକି ଆଁ କଲାଣି l ଲକ୍ ଡାଉନ ପରେ ବେପାରି ଆଉ ଆସୁ ନାହାନ୍ତି l ଗହଳି ପାଇଁ ହାଟ ବଜାର ରେ ଲାଗିଛି କଟକଣା l ନିଜ ପରିବାର ର ଗୁଜୁରାଣ ମେଣ୍ଟାଇବା ପାଇଁ କଠିନ ପରିଶ୍ରମ କରି ନିଜ ଚାଷ ଜମିରେ ତରଭୂଜ ଚାଷ କିରିଥିଲା ଚାଷୀ l ତେବେ କେମିତି ବିକିବେ ତରଭୂଜ ଏ ନେଇ ଚିନ୍ତାରେ ଅଛନ୍ତି ଚାଷୀ l ଏ ଦୃଶ୍ଯଟି ହେଉଛି କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ଓ ନର୍ଲା ବ୍ଲକ୍ ର l ଏକର ଏକର ଚାଷ ଜମିରେ ଲୋକେ କରିଛନ୍ତି ତରଭୂଜ ଚାଷ l ଲକ୍ ଡାଉନ୍ ପରେ ହାତ ବାନ୍ଧି ବସିଛନ୍ତି ତରଭୂଜ ଚାଷୀ l ଗଛରେ ରହିକି ତରଭୂଜ ଫାଟିକି ଆଁ କଲାଣି l କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରେଗଡା , କୁଶୁର୍ଲା ଓ ନର୍ଲା ବ୍ଲକ୍ ପଲମ ଗାଁରେ ଏକର ଏକର ଚାଷ ଜମିରେ ହଳ ନଙ୍ଗଳ ଓ କିରୋସିନ ପମ୍ପ ସାହାର୍ଯ୍ଯ ରେ ତରଭୂଜ ଚାଷ କରିଥିବା ବେଳେ ଅଦିନିଆ ବର୍ଷା ରେ କୂଆ ପଥର ମାଡ ଯୋଗୁଁ ତରଭୂଜ ଫସଳ ଟି ନଷ୍ଟ ହୋଇଥିବା ସହ ଲକ୍ ଡାଉନ ଯୋଗୁଁ ତରଭୂଜ ବିକ୍ରି କରି ପାରୁ ନାଁହାନ୍ତି ରାସ୍ତା ଘାଟରେ lଅପର ପକ୍ଷେ ଲକ୍ ଡାଉନ୍ ଯୋଗୁଁ କାମ ଧନ୍ଦା ମିଳୁ ନଥିବା ବେଳେ ପରିବାର ପ୍ରତି ପୋଷଣ କରିବାରେ କଷ୍ଟ କର ହେଉଛି l ଅଦିନିଆ ବର୍ଷା ରେ ତରଭୂଜ ଗୁଡିକ ପଚିସଢି ଫାଟିକି ଆଁ କରିବା ସହିତ ତରଭୂଜ ଚାଷର ବିଶେଷ କ୍ଷୟ କ୍ଷତି ହୋଇଛି l ଫସଲ କ୍ଷୟ କ୍ଷତି ର ଆକଳନ କରି ସରକାର ପରିବାର ପ୍ରତି ପୋଷଣ ପାଇଁ ସହଯୋଗ କରିବା ପାଇଁ ଅଭିଯୋଗ କରୁଛନ୍ତି ତରଭୂଜ ଚାଷୀ l ତେବେ ସରକାର ଏ କଠିନ ପରିଶ୍ରମି ଚାଷି ଙ୍କ ପାଇଁ କେବେ ଓ କ’ଣ ଏବଂ କିଭଳି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହି ରହିଲା l


