ନିଖିଳ ଉତ୍କଳ କଂସାରୀ ସମାଜର ୪୭ ତମ ଅଧିବେଶନ

କଣ୍ଟିଲୋ (ଜୁଗାବ୍ଦ ନ୍ୟୁଜ୍‍): ନିଖିଳ ଉତ୍କଳ କଂସାରୀ ସମାଜ କେନ୍ଦ୍ରାଞ୍ଚଳ ଶାଖାର ୪୭ ତମ ବାର୍ଷିକ ଅଧିବେଶନ ଶନିିବାର ଅନୁଷ୍ଠାନ ସଭାପତି ଅଖିଳ କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ କଂସାରୀ ସମାଜର ସାମାଜିକ ପତାକାକୁ ସଭାପତି ଶ୍ରୀ ମହାରଣା ଉତ୍ତୋଳନ କରି ଶ୍ରୀ ନୀଳମାଧବ ଜିଉଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ବୈଠକକୁ ଉଦ୍ଘାଟନ କରିଥିଲେ । କଣ୍ଠଶିଳ୍ପୀ ପ୍ରାଣକୃଷ୍ଣ ମହାରଣାଙ୍କ ଦ୍ୱାରା ସ୍ୱାଗତ ଗୀତିକା ଗାନ କରାଯାଇଥିଲା । ପରେ ଦିବଂଗତ ଜାତିଭାଇଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ଅତିଥିମାନେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିବା ପରେ ଗତ ବାର୍ଷିକ ଅଧିବେଶନର ବିବରଣୀ ଓ ଆୟବ୍ୟୟ ସଂପାଦକ ଶ୍ରୀପତି ମହାରଣା ପାଠ କରି ଦୃଢ଼ୀକରଣ ।ଯାଇଥିଲା । ଏହା ପୂର୍ବରୁ ସଭା ବହିରେ ଥିବା କେତେକ ତ୍ରୁଟି ସଂଶୋଧନ ସଂପର୍କରେ ପୂର୍ବତନ ସଂପାଦକ ଅନାଦି ଚରଣ ସାହୁ, ମହେନ୍ଦ୍ର ମହାରଣା, ଶରତ ଚନ୍ଦ୍ର ମହାରଣା, ସୁରେନ୍ଦ୍ର ନାଥ ସାହୁ, ରମା ବଲ୍ଲଭ ସାହୁ ପ୍ରମୁଖ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ । ୨ୟ ଅଧିବେଶନରେ ସାମାଜିକ ନୀତି ଓ ନୀୟମାବଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଗଣିଆ, ବେଲପଡା, ଖଳିସାହି, ପୁରୀ, କଇଁଫୁଲିଆ ତଥା ଜିଲ୍ଲା ବାହରର ବହୁ ଜାତି ଭାଇ ପ୍ରମୂଖ ଯୋଗ ଦେଇଥିଲେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ