ଗଞ୍ଜାମ ଜିଲ୍ଲାର ରାଜସ୍ୱ ବୈଠକ , ଆକ୍ସନ ମୁଡରେ ଜିଲ୍ଲାପାଳ , ଜନସାଧାରଣଙ୍କର ନିକଟତର ହେବା ନିମନ୍ତେ ଆୟୋଜିତ ହେବ ସମାଧାନ ଶିବିର
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ତଥା ବାଲି, ମୋରମ ,ପ୍ରଭୂତି ପ୍ରତିଦିନ ଚୋରା ଚାଲାଣ ବଢିଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଚୋରା ଚାଲାଣ କାରୀ ମାନଙ୍କ ଉପରେ ଜୋରିମାନା ଆଦାୟ ଓ କୈାଣସି ଛୋଟ ଧରଣର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯାଇ ସେମାନଙ୍କ ଗାଡିର ରେଜିଷ୍ଟେସନ ରବ୍ଦ କରିବାକୁ ସମସ୍ତ ତହସିଲଦାର ଓ ଆଞ୍ଚଳିକ ପରିବହନ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜନସାଧାରଣଙ୍କର ସମସ୍ୟାକୁ ତ୍ୱରିତ ସମାଧାନ କରିବା , ଓ ଅପହଞ୍ଚ ଇଲାକା ଗ ୁଡିକରେ ମହାସମାଧାନର ମହାଶିବିର ଅନୁଷ୍ଠିତ ହେବ । ଏହି ଶିବିର ମାନଙ୍କରେ ଜିଲ୍ଲାପାଳ ଓ ବିଭାଗୀୟ କର୍ମଚାରୀ ମାନେ ଜନତାଙ୍କ ଅଭିଯୋଗ ର ତୁରନ୍ତ ସମାଧାନର ପନ୍ଥା ବାହାର କରାଯିବ । ଜିଲ୍ଲାପାଳ ଜିରୋ ପେଣ୍ଡେନ୍ସି ଅଫ୍ ୱାର୍କ ଘୋଷଣା କରିଥିଲେ । କର୍ମଚାରୀ ମାନଙ୍କ ପାଖରେ ଯଦି ଚିଠି ପଡିରହିବ ଓ ତ୍ୱରିତ ଭାବରେ କରାଯିବ ନାହିଁ ତେବେ କର୍ମଚାରୀ ମାନଙ୍କ ଉପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ । କାର୍ଯ୍ୟାଳୟରେ ଚିଠି ଗୁଡିକ ପ୍ରତିଦିନ ରୀତିମତ ରେଜିଷ୍ଟରରେ ଉଲ୍ଲେଖ ରହିବ । ଏହି କାର୍ଯ୍ୟରେ ଯଦି ଅବହେଳା କଲେ କର୍ମଚାରୀ ମାନଙ୍କର ଦରମା କଟାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ସରକାରୀ ବ୍ୟବସାୟିକ ଉଦେଶ୍ୟରେ ଜମିଜବର ଦଖଲକାରୀ ମାନଙ୍କ ଘରକୁ ତୁରନ୍ତ ଭଙ୍ଗାଯିବ । ଜମିଜମା ଓ ରେଜିଷ୍ଟେସନ ର ସମ୍ବନ୍ଧିୟ ନିୟମାବଳୀ ଲୋକମାନଙ୍କର ଅବଗତି ନିମନ୍ତେ ମାଗଣା ପୁସ୍ତକ ବଣ୍ଟନ କରାଯିବ । ଜିଲ୍ଲାରେ ପାଣିପାଉଚ ଉପରେ ସରକାର ତରଫରୁ କଟକଣା ଲଗାଯାଇଥିଲେ ମଧ୍ୟ ଖୁଲାମଖୁଲା ପାଣିପାଉଚ୍ କ୍ରୟ କରାଯାଉଛି । ସଂମ୍ପର୍ଣ୍ଣ କଟକଣା କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । କଟକଟଣା କୁ ଯେଉଁ କମ୍ପାନୀ ମାନେ ଅସାଧୁଉପାୟରେ ପାଣି ପାଉଚ ପ୍ରସ୍ତୁତ କରି କ୍ରୟ କରିବେ ସେମାନଙ୍କ ଫ୍ୟାକ୍ଟି ଗୁଡିକୁ ସିଲ କରାଯିବ ।ପାଣି ପାଉଚ ପରିବହନ କରୁଥିବା ଗାଡି ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ପେଟ୍ରୋଲ ପମ୍ପ ଗୁଡିକରେ ହେଲମେଟ୍ କୁ ବାଧ୍ୟତା ମୁଳକ କରାଯିବ । ହେଲେମେଟ୍ ନାହିଁ ତ ପେଟ୍ରୋଲ ନାର୍ହି ବ୍ୟବସ୍ଥା ଲାଗୁ କରାଯିବ । ନୂତନ ଭାବେ ତିଆର ହେବାକୁ ଥିବା ଅଙ୍ଗନବାଡି କର୍ମୀ ଘର ଗୁଡିକ ବିଦ୍ୟାଳୟ ପରିସରକୁ ସ୍ଥାନାନ୍ତରିତ କରିବା ସହ ସାତ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ , ବ୍ରହ୍ମପୁର ଉପଜିଲ୍ଳାପାଳ ,ଦିଗନ୍ତ ରାଉତରାୟ ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ,ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଶ୍ର ,ଜିଲ୍ଲା ରାଜସ୍ୱ ଅଧିକାରୀ ଦିବ୍ୟଲୋଚନ ମହନ୍ତ , ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ,ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।