ଖବର କାଗଜ ବାଣ୍ଟିବା ଯୋଗେନ୍ଦ୍ରଙ୍କ ଭିନ୍ନ ଏକ ନିଶା

କୋଦଳା,(ଗୁଲସନ୍ କୁମାର କର):ବିଶ୍ୱ କରୋନା ମହାମାରୀ ଭାଇରସ ସଂକ୍ରମଣ ଯୋଗୁଁ ସାରା ଭାରତ ଲକ୍ ଡାଉନ ରହିଛି l ଜନସାଧାରଣଙ୍କ ପାଇଁ କେତେକ ଜିନିଷ ପ୍ରକାରେ କଟକଣା ଲାଗୁ ରହିଥିବା ବେଳେ ଆଉ କେତେକ ଉପରେ କଟକଣା ମୁକ୍ତ ହୋଇଅଛି l ଯାହାଦ୍ୱାରା ସରକାରଙ୍କ ପ୍ରତ୍ୟେକଟି ବାର୍ତ୍ତା ଟେଲିଭିଜନ, ପ୍ରିଣ୍ଟ ମିଡ଼ିଆ ଜରିଆରେ ଟିକନିଖ ଖବର ପରିପ୍ରକାଶ ହେଉଛି l ପ୍ରତ୍ୟେକ ନ୍ୟୁଜ ମାଧ୍ୟମରେ ଲୋକଙ୍କ ଗହଣରେ ପହଞ୍ଚାଇବା ପେପର ବିକ୍ରେତାଙ୍କ ବେଶ ଭୂମିକା ରହିଅଛି l ଏହିପରି ଏକ ପେପର ବିକ୍ରେତା ବ୍ୟକ୍ତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ସହରରେ l ଯୋଗେନ୍ଦ୍ର ବେହେରା (୨୮) ବର୍ଷର ଯୁବକ ଅଟନ୍ତି l ସେ କୋଦଳା ସହରର ବାସିନ୍ଦା ହୋଇଥିବା ବେଳେ ଦିର୍ଘଦିନରୁ ଘରଘର ବୁଲି ପେପର ବାଣ୍ଟିବା ସହ ମାସ୍କ ପିନ୍ଧିବା ଓ ଘରୁ ନ ବାହାରିବା ନେଇ ଲୋକଙ୍କୁ ସଚେତନତା କରୁଛନ୍ତି l ସେ ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ନେଇ ଲୋକଙ୍କୁ ସର୍ତକ କରିବା ସହ ଗଣମାଧ୍ୟମରେ ପ୍ରତ୍ୟେକ ଘଟଣା, ଦୁର୍ଘଟଣା ଓ ବିଭିନ୍ନ ସମସ୍ୟା ମୂଳକ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି l ସକାଳ ୪ ଟାରୁ ପେପର ନେଇ ବିଭିନ୍ନ ସାହିର ଘର ଠାରୁ ଆରମ୍ଭ କରି କୋଦଳା ଏନ.ଏସି, ଦିଗାପଡା, ଧନଞ୍ଜୟପୁର, ଫାସି, ଲାଠୁଣୀ, ବେତରାପଲ୍ଲୀ ଆଦି ବିଭିନ୍ନ ସ୍ଥାନ ମାନଙ୍କରେ ପେପର ଦେଉଛନ୍ତି l ପେପର ବାଣ୍ଟିବା, ଲୋକଙ୍କ ସହ ପରିଚୟ ହୋଇ ଦୁଃଖ ସୁଖରେ ସାମିଲ ହେବାର ମତେ ଆତ୍ମଶାନ୍ତି ମିଳେ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ଏହି ପେପର ବିକ୍ରେତାଙ୍କୁ କୋଦଳା ଅଞ୍ଚଳରେ ବୁଦ୍ଧିଜୀବୀ ଗଣ ବେଶ୍ ପ୍ରଂଶସା ଦେବା ସହ ଏହିଭଳି ମହତ୍ କାମ ପାଇଁ ସାଧୁବାଦ ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ