ଅବକାରୀ ଧରପଗଡ ଦେଶୀ ଓ ବିଦେଶୀ ମଦ ଜବତ, ୨୨ ଗିରଫ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଗଂଜାମ ଅବକାରୀ ଅଧିକ୍ଷୀକଙ୍କ ପ୍ରତ୍ୟକ୍ଷତତ୍ତ୍ୱାବଧାନରେ ତହସିଲସ୍ତରୀୟ ମଲଟି ଡିସିପ୍ଲାନୀ ସ୍କାଡ୍ ଦ୍ୱାରା ୧୬ ଓ ୧୭ ତାରିଖ ଦୁଇଦିନ ଧରି ଗଞ୍ଜାମ ଅବକାରୀ ଅଧୀନ ବିଭିନ୍ନ ସ୍ଥାନରେ ଚଢଉ କରି ୧୧୯୧ ଲିଟର ଭାଟିରନ୍ଧା ମଦ, ୨୩୫୫ କେ.ଜି. ଗୁଡ ମିଶ୍ରିତ ପୋଚ,୨୫ ଲିଟର ମହୁଲି ମଦ, ୭୧.୧୪ ଲିଟର ବିଦେଶୀ ମଦ, ୧୧.୨ ଲିଟର ବିୟର ସହ ଗୋଟିଏ ସ୍କୁଟିକୁ ଜବତ କରାଯାଇଛି । ସମୁଦାୟ ୨୨ ଟି ମାମଲା ରୁଜୁ ହୋଇଥିବା ବେଳେ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଗଞ୍ଜାମ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।