ଖଲ୍ଲିକୋଟ ଓକିଲ ସଂଘ ତରଫରୁ ମାସ୍କ ଓ ସାବୁନ ବଣ୍ଟନ

ଖଲ୍ଲିକୋଟ,(ସିଲୁ ବିଶ୍ଵାଳ):ଖଲ୍ଲିକୋଟ ଓକିଲ ସଂଘ ତରଫରୁ ଏହି ବ୍ଲକ ଅନ୍ତର୍ଗତ ସିଧାପଲ୍ଲୀ ଗ୍ରାମରେ ଆଜି ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ଓକିଲ ସଂଘ ସଭାପତି ରାଜେନ୍ଦ୍ର ପ୍ରସାଦ ରଥ, ସମ୍ପାଦକ ନିଳାମ୍ବର ଶତପଥୀ, ଆଇନଜୀବୀ ଜୟରାମ ଦାଶ, ସୀମାଞ୍ଚଳ ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ରବୀନ୍ଦ୍ର କୁମାର ସେଠୀ, ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରମୁଖ ସିଧାପଲ୍ଲୀ ଗ୍ରାମରେ ଘରକୁ ଘର ବୁଲି ମାସ୍କ ଓ ସାବୁନ ବଣ୍ଟନ କରିବା ସହ କରନା ଚେନ ଭାଙ୍ଗିବା ପାଇଁ ସାମାଜିକ ଦୂରତା ରକ୍ଷା କରି ଘରେ ରହିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିଥିଲେ । ସିଧାପଲ୍ଲୀ ଗ୍ରାମର ଦିଲ୍ଲୀପ କୁମାର ବେହେରା ଓ ହରେକୃଷ୍ଣ ବେହେରା ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ