ଚୋରା ମସଲା ବେପାରୀ ଠାରୁ ଜୋରିମାନା ଆଦାୟ

ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ମଙ୍ଗଳବାର ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ବସନ୍ତିଆ ବଜାର ଠାରେ ପୋଲିସ ଜଣେ ମସଲା ବେପାରୀକୁ ଧରି ୨ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି । ପ୍ରକାଶ ଯେ, କରୋନା ଲକ୍ ଡାଉନ୍ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ-କେନ୍ଦୁଝର ସୀମାନ୍ତ ପଥକୁ ବସନ୍ତିଆ ବଜାର ଠାରେ ସିଲ୍ କରାଯାଇଛି । ଏଠାରେ ବନ୍ତ ପୋଲିସ ପକ୍ଷରୁ କଡା ପ୍ରହରା ଜାରି ରହିଛି । କୌଣସି ବ୍ୟକ୍ତି କିମ୍ବା ଯାନବାହାନ ବିନାକାରଣରେ ଛଡା ଯାଉନାହିଁ । ଏପରିସ୍ଥଳେ ମଙ୍ଗଳବାର ସାଢେ ୬ଟା ବେଳେ ଭଦ୍ରକ ଚନ୍ଦନବଜାର ଅଞ୍ଚଳର ସେକ୍ ଲାଲା ନାମକ ବ୍ୟକ୍ତି ଏକ ଲୁନା ଗାଡିରେ କିଛି ପାନ ମସଲା(ଜର୍ଦ୍ଦା) ନେଇ ଆନନ୍ଦପୁର ଅଭିମୁଖେ ଯାଉଥିଲେ । ବସନ୍ତିଆ ଚେକ୍ ପୋଷ୍ଟ ଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ଅଭିମନୁୁ୍ୟ ଯେନା ଓ ଦୀନବନ୍ଧୁ ସେଠୀ ସଂପୃକ୍ତ ବେପାରୀକୁ ଅକଟାଇ ଗାଡିରେ ଥିବା ବ୍ୟାଗ୍‌କୁ ତଲାସୀ କରିଥିଲେ । ବ୍ୟାଗ୍ ଭିତରେ କିଛି ପାନମସଲା ଥିବା ଦେଖିବାକୁ ପାଇଥିଲେ । ଏସଂପର୍କରେ ଥାନା ଆଇଆଇସିଙ୍କୁ ଖବର ଦିଆଯାଇଥିଲା । ଲକ୍ ଡାଉନ୍ ଆଇନ ଉଲଂଘନ କରିବା ଅଭିଯୋଗରେ ପୋଲିସ ସଂପୃକ୍ତ ବେପାରୀ ଠାରୁ ୨ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ