ବ୍ରହ୍ମପୁର ରୁ ବଲାଙ୍ଗୀର ଚାଲି ଚାଲି ଯାଉଛନ୍ତି ଦାଦନ ଶ୍ରମିକ ମାନେ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ଲକ୍ ଡାଉନ ଯୋଗୁଁ ଗରିବ ଲୋକ ମାନେ ପ୍ରଭାବିତ ହୋଇଥିବା ବେଳେ ଆଜି ସକାଳ ୭ ଟା ରେ ଭଞ୍ଜନଗର ଅଗ୍ନିଶମ ବିଭାଗ କାର୍ଯାଳୟ ନିକଟରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ପୁରୁଷ,ମହିଳା ନିଜ ନିଜର ଛୁଆ ପିଲାଙ୍କୁ ଧରି ପହଂଚି ଥିଲେ। ସୂଚନା ଅନୁସାରେ ସେମାନେ ବ୍ରହ୍ମପୁର ସହରରେ ବିଭିନ୍ନ ଅଂଚଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କୋରନା ପାଇଁ ଲକ୍ ଡାଉନ ଘୋଷଣା ହେବା ପରେ ସେମାନେଙ୍କ ପାଖରେ ଚଳିବା ପାଇଁ ଯାହା ଟଙ୍କା ପଇସା ଥିଲା ସବୁ କିଛି ସରିଯିବା ରୁ ବାଧ୍ୟ ହୋଇ ସେମାନେ ଗତ ଦୁଇଦିନ ହେଲା ବ୍ରହ୍ମପୁର ରୁ ଚାଲିଚାଲି ବାହାରି ଆଜି ଅଗଝୋଳ ଠାରେ ଥିବା ଭଞ୍ଜନଗର ଅଗ୍ନିଶମ ବିଭାଗ କାର୍ଯାଳୟ ରେ ପହଂଚି ଥିଲେ । ସେଠାରେ ରହି ନିତ୍ୟକର୍ମ ସରିବା ପରେ କୋଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ଏନ.ଏ ସି ପକ୍ଷରୁ ସମସ୍ତଙ୍କୁ ରୁଟି, ଚୁଡା,ବିସ୍କୁଟ, ପାଣି ଦିଆ ଯାଇଥିଲା। ସେଥି ମଧ୍ୟରୁ ୩ ମାସ ର ଗର୍ଭବତୀ ଥିବା ଜଣେ ମହିଳା ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଅଗ୍ନିଶମ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ କୁ ଚିକିତ୍ସା ପାଇଁ ଅଣାଯାଇଥିଲା। ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ସହର ବାହାରେ ଥିବା ସ୍ଥାନୀୟ ସୋରାଦେବୀ ମନ୍ଦିର ନିକଟରେ ରନ୍ଧା ଖାଦ୍ୟ ଯୋଗାଣ ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଠାରୁ ବଲାଙ୍ଗୀର ଓ ବରଗଡ଼ ଆହୁରି ୩୦୦ରୁ ଉର୍ଦ୍ଧ୍ବ କି.ମି ହେଉଥିବା ରୁ ସେମାନେ ପ୍ରଶାସନ ଙ୍କୁ ଯିବା ପାଇଁ କୌଣସି ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ