ପୁରୀର ବିଭିନ୍ନ ସ୍ଥାନରେ କାଢା ପିଆଇଲେ ମାସ୍କ ପିନ୍ଧାଇଲେ ସ୍ୱୟଂସେବକ

ପୁରୀ (ଓ୍ବାଇଏନ୍ଏସ୍) : କରୋନା ଭାଇରସ ବିରୋଧରେ ହେଉଥିବା ଯୁଦ୍ଧରେ ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ଜଣେ ଜଣେ ସୈନିକ । ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କର ଏଥିରେ କିଛି ନା କିଛି ଭୂମିକା ରହିଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସ୍ୱୟଂସେବକମାନେ ପିିପିଲ ବ୍ଲକ, ଡେଲାଙ୍ଗ ବ୍ଲକ, ପିପିଲି ଏନ୍‌ଏସି ଅଂଚଳ, ପୁରୀ ନଗର, ପୁରୀ ସଦର, ପିପିଲି, କଣାସ, ସତ୍ୟବାଦୀ ଆଦି ଅଂଚଳ ରେ ଥିବା ବିପନ୍ନ ଲୋକମାନଙ୍କୁ କାଢା ପିଆଇବା ସହିତ ମାସ୍କ ପିନ୍ଧାଇଛନ୍ତି । ସଚେତନତାର ବାର୍ତା ଦେବା ସହିତ ସହାୟତାର ହାତ ବଢାଇଛନ୍ତି । ଗତ ଏକମାସ ଧରି ଏହି ସେବା କରି ବେଶ ପ୍ରଶଂସିତ ହୋଇଛନ୍ତି ସ୍ୱୟଂସେବକ । ପିପିଲି ହାଟସାହି ପଂଚାୟତର ଭୁଇଁଗୁଣ ଗ୍ରାମ, ଜଗନ୍ନାଥ ପୁର ପଂଚାୟତର ଦରଡା, ବାଙ୍କି ପୋଖରୀ, ବିଲିସାହି ଗ୍ରାମ, ଦାଣ୍ଡମୁକୁନ୍ଦପୁର ପଂଚାୟତର ବାସୁଦେଇପୁର ଗ୍ରାମ, ତେଇଶିପୁର ପଂଚାୟତର ଜେନାସାହି, ସଂପୁର ପଂଚାୟତର ବଲୁପୁର ଗ୍ରାମ, ଡେଲାଙ୍ଗ କଅଂର ସାହି ଗ୍ରାମ, ପିପିଲି ଏନଏସି, ଆଶ୍ରମ ପାଟଣା ଗ୍ରାମ , ପୁରୀର ପେଣ୍ଠକଟା, ବଳିଆପଣ୍ଡା, ମାର୍କଣ୍ଡ ପୋଖରୀ, ସଦର, ଗୋପିନାଥପୁର, ବେଲଦଳ, କଣାସର କଂଟାପଦା, ଚୁପୁସିଂଙ୍ଗ, ସତ୍ୟବାଦୀର ବିଭିନ୍ନ ସ୍ଥାନରେ ଥିବା ନିରାଶ୍ରୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଏବଂ ହାତ ଧୂଆ ସାମଗ୍ରୀ ପ୍ରଦାନ କରାଯାଇଛି । ସ୍ୱୟଂସେବକମାନେ ଗ୍ରାମକୁ ଗ୍ରାମ ବୁଲି ପ୍ରାୟ ୨୦୦୦ ଲୋକଙ୍କୁ ଏହି ସହାୟତା ଦେବା ସହ ସେମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି । ଏଥିସହିତ ବୁଲା ଗାଈ, କୁକୁର, ମାଙ୍କଡ ଓ ପଶୁପକ୍ଷୀମାନଙ୍କୁ ମଧ୍ୟ ଖାଦ୍ୟ ଦିଆଯାଇଛିା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ