ପୁରୁଷ ବକ୍ସିଂ ଚୟନ ଶିବିର ସମାପ୍ତ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ସୋମବାର ସକାଳେ ବ୍ରହ୍ମପୁର ଷ୍ଟାଡିୟମଠାରେ ଉପକନିଷ୍ଠ ବକ୍ସିଂ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚୟନ ଶିବିର ସକାଳ ୮ଘଣ୍ଟାରୁ ଆରମ୍ଭ ହୋଇ ୧୦ଟା ପର୍ପ୍ୟନ୍ତ ଚାଲିଥିବା ଏହି ଶିବିରରେ ମୋଟ ୨୦ଜଣ ବଙ୍କଳ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦ଜଣ ବକ୍ସରଙ୍କୁ ଚୟନ କରାଯାଇଛି , ସେମାନେ ହେଲେ- ଏସ. ସାଇ ପ୍ରସାଦ , ସୁଭମ ଚୌଧୁରୀ , ତାରିଣୀ ସାହୁ, କେ. ହିିମାଂଶୁ କୁମାର ସାହୁ , ପ୍ରବୀଣ କୁମାର ସେଠୀ , ଅମ୍ଲାନ ରଥ , ସମୀର ରଞ୍ଜନ ପରୀଡା , ଡି. ଯୋଗୀ ନନ୍ଦ , ତାଜ ବାବୁ , ବିସାଲ ସାହୁ । ଏହି ଚୟନ ଶିବିର ଗଞ୍ଜାମ ଜିଲ୍ଲା କ୍ରୀଡା ସାଂସଦ ଅନୁକୁଲ୍ୟରେ ଚୟନ କର୍ତ୍ତା ବକ୍ସିଂ ସମ୍ପାଦକ କେ. ପ୍ରଭାକତର ରାଓ , ବକ୍ସିଂ କୋଚ ଅରରକ୍ଷିତ ପାଣିଗ୍ରାହୀଙ୍କ ଉପସ୍ଥିତିରୋେ ଏହି ଚୟନ କାର୍ଯ୍ୟ ସମାପ୍ତ ହୋଇଯାଇଛି । ଏହି ଶିବିରରେ ବିଡିଏ . ଅଧ୍ୟକ୍ଷ ସୁବାସ ମହାରଣା, ଜିଡିଏଏର ସମପାଦକ ଅଶୋକ ସାହୁ , ଟେଜରର ଉପନ୍ଦ୍ର ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ସର ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିବିସିର କମକର୍ତ୍ତା , ଲିଟୁ ଦାସ ଓ ବ୍ରହ୍ମପୁର ସହରର ବିଭିନ୍ନ ବକ୍ସର ଯୋଗଦୋେଇଥିଲେ ।


