ବସ୍‌ରେ ଚାଲିଗଲା ସୁରତ ଫେରନ୍ତାଙ୍କ ଜୀବନ, ମା’ ଦେଖି ପାରିଲାନି ପୁଅର ମୁହଁ

ସୋରଡ଼ା, (ଶିବରାମ ଚୌଧୁରୀ): କରୋନାର ଭୟାବହତାରେ ଆଜି ସାରା ବିଶ୍ୱ ଏକ ଭୟଙ୍କର ସ୍ଥିିତି ଦେଇ ଗତି କରୁଛି । ଏହା ଭିତରେ ବହୁ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କରୋନା ଭୟରେ କେତେବେଳେ ମାନବିକତା ହଜି ଯାଉଛି ତ ଆଉ କେତେବେଳେ କିଏ ନିଜକୁ ଆତ୍ମହତ୍ୟା କରିବାକୁ ପଛାଉ ନଥିବା ଭଳି ଘଟଣା ଘଟୁଛି । ଏଭଳି ଏକ ଘଟଣା ଗଞ୍ଜାମ ସୋରଡ଼ାରେ ଦେଖିବାକୁ ମିଳିଛି । ଏଠାରେ ଗତ ୨ ତାରିଖରେ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍ ଗଞ୍ଜାମ ଆସୁଥିବା ବେଳେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ପ୍ରବାସୀ ଓଡ଼ିଆ ଜଣକ ଥିଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ର ସୁରମଣି ପଂଚାୟତ ନାରାୟପୁର ଗ୍ରାମର ପ୍ରକାଶ ଗୌଡ । ପରିବାର କହିବାକୁ ଗଲେ ଘରେ ତାଙ୍କର ବୁଢ଼ୀ ମା’ । ଲକ୍‌ଡ଼ାଉନ୍ ପରଠାରୁ ପ୍ରକାଶ ସୁରତରେ ବହୁ କଷ୍ଟରେ ଚଳିବା ସହ କେବଳ ଗୋଟିଏ ଆଶା ଓଡ଼ିଶାକୁ ଫେରିବାର ଲକ୍ଷ ନେଇ ସୁଦୂର ଗୁଜୁରାଟର ସୁରତରୁ ଓଡ଼ିଶାକୁ ଆସୁଥିଲେ । ହେଲେ ଅଧାରେ ରହିଯାଇଥିଲା ଓଡ଼ିଶା ଫେରିବାର ଆଶା । ବସ୍‌ଟି ଛତିଶଗଡର ରାଇପୁର ଼ ନିକଟରେ ହୋଇଥିବା ବେଳେ ପ୍ରକାଶଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଛତିଶଗଡ଼ ପୋଲିସ ପକ୍ଷରୁ ସରକାରୀ ନୟମାନୁଯାୟୀ ପ୍ରକାଶଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକୁ ଛତିଶଗଡ଼ରେ ହିଁ ସମାପନ କରାଯାଇଥିଲା । ଏପଟେ ପ୍ରକାଶଙ୍କ ମା’ ମାଗି ଗୌଡ଼ ପୁଅର ଫେରିବା ବାଟକୁ ଅନାଇଥିବା ବେଳେ, ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡିଥିଲେ । ପ୍ରକାଶଙ୍କ ମା’ଙ୍କ କହିବାନୁଯାୟୀ ପ୍ରକାଶ ଗତ ୫ରୁ ୭ ବର୍ଷ ହେବ ସେ ସୁରତରେ କାମ କରୁଥିଲା । ସେ ଟଙ୍କା ପଠାଇଲେ ଘର ଚଳୁଥିଲା । ଏବେ ମୁଁ ଚଳିବି କିପରି ଓ ପୁଅକୁ ଶେଷ ଥରକ ପାଇଁ ବି ଦେଖିପାରିଲିନି ବୋଲି ଅତି କୋହଭରା କଣ୍ଠରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ