ଟ୍ରକ ଚାପାରେ ୧ ମୃତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମହିମା ପଂଚାୟତ ଘଣ୍ଟିଗୁଡା ଠାରେ ସୋମବାର ଏକ ଟ୍ରକ ଚାପାରେ ଜଣେ ଶ୍ରମିକଙ୍କ ମୃତ ହୋଇଛି । ମୃତ ଶ୍ରମିକ ଙ୍କ ନାମ ମହେଶ୍ୱର ପଟେଲ ବୋଲି ଜଣାପଡିଛି ।ଖବର ଅନୁଯାୟୀ ଇଟାବୋଝେଇ କରି ଟ୍ରାକ୍ଟରରେ ଆସୁଥିବା ସମୟରେ ସେ ଭାରସାମ୍ୟ ହରାଇ ଟ୍ରାକ୍ଟରରୁ ତଳେ ପଡିଯାଇଥିଲେ । ଏହା ପରେ ଟ୍ରକ ଚାପାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ