ଆଉ ୬ ପ୍ରବାସୀ ଓଡିଆଙ୍କୁ ରଖାଗଲା କ୍ୱାରଟାଂଇନ ଗୃହରେ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଦିନକୁ ଦିନ ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଓଡିଆ । ୨ ଦିନ ମଧ୍ୟରେ ୩୯ ଜଣଙ୍କୁ ଅଣାଯାଇଥିବା ବେଳେ ଆଜି ପୁଣି ଆନ୍ଧ୍ର ପ୍ରଦେଶର ଶିକାକୁଲମ ରୁ ଆଉ ୬ ଜଣଙ୍କୁ ଜିିଲ୍ଲା ପ୍ରଶାସନ ଆଣି ସେମାନଙ୍କୁ ଅନୁସୂଚିତ ଜନଜାତି ତଲାସିଂ ବିଦ୍ୟାଳୟରେ କ୍ୱାରଟାଂଇନ ଗୃହରେ ରକ୍ଷାଯାଇଛି । ଆଜି ସକାଳ ୯.୩୦ ସମୟରେ ବିଡିଓ ବଂଶିଧର ଖୋସଲା, ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ, ଜିପିଇଓ ନରସିଂହ ମାଣ୍ଡାଙ୍ଗି, ପୁଲିସ ପ୍ରଶାସନର ମିଳିତରେ ସେମାନଙ୍କୁ ଅଣାଯାଇଛି । ସେମାନଙ୍କର କୌଣସି ଅସୁବିଧା ଯେପରି ନହୁଏ ତାହାର ବନ୍ଧୋବସ୍ତ ମଧ୍ୟ କରାଯାଇଛି ।