ମେହବୁବା ମୁଫତିଙ୍କ ଅଟକ ମିଆଦ ଆଉ ୩ ମାସ ବଢ଼ିଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଅଟକ ମିଆଦକୁ ଜିଲ୍ଲା ପ୍ରଶାସନ ଆଉ ୩ ମାସ ବଢ଼ାଇ ଦେଇଛନ୍ତି। ମେହବୁବାଙ୍କ ଅଟକ ମିଆଦ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିର୍ଦେଶନାମା ଜାରି ହୋଇଛି। ଫଳରେ ମେହବୁବା ସାଧାରଣ ନିରାପତ୍ତା ଆଇନ (ପିଏସଏ)ରେ ଆଉ ୩ ମାସ ଗୃହବନ୍ଦୀ ଭାବେ ରହିବା ନିଶ୍ଚିତ ହୋଇଛି। ଗତ ବର୍ଷ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ କରିବା ଦିନଠାରୁ ମେହବୁବାଙ୍କୁ ପ୍ରତିଷେଧକ ବ୍ୟବସ୍ଥାରେ ଅଟକ କରାଯାଇଥିଲା। ଏହା ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବିରୋଧରେ ପିଏସଏ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ଏହା ମଧ୍ୟରେ ମେହବୁବାଙ୍କ ଅଟକ ମିଆଦ ୮ ମାସ ପାର କରିଥିଲା ବେଳେ ଏହାକୁ ଆଉ ୩ ମାସ ବଢ଼ାଇ ଦିଆଯାଇଛି। ଫାରୁକ ଅବଦୁଲ୍ଲା ଓ ଉମାର ଅବଦୁଲ୍ଲାଙ୍କ ବିରୋଧରେ ପିଏସଏରେ ଲାଗୁ ହୋଇଥିଲେ ବି ସେମାନଙ୍କୁ ସରକାର ମୁକ୍ତ କରି ସାରିଛନ୍ତି। ମାତ୍ର ୨୦୧୮ ଜୁଲାଇ ପର୍ଯ୍ୟନ୍ତ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିଥିବା ମେହବୁବା ମୁଫତିଙ୍କୁ କିନ୍ତୁ ସରକାର ମୁକ୍ତ କରି ନାହାନ୍ତି। ମେହବୁବାଙ୍କ ଝିଅ ଇଲତିଜା ତାଙ୍କ ମାଆଙ୍କ ଅଟକକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ କରିଛନ୍ତି। ଏନେଇ ଗତ ମାର୍ଚ୍ଚ ୧୮ରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଥିଲେ ବି କୋରୋନା ମହାମାରୀ ପାଇଁ ଏହି ମାମଲାର ଶୁଣାଣି ଏଯାବତ ହୋଇପାରି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ