ବାଉଁଶଲୁଣ୍ଡି ପଂଚାୟତ ରେ ରାଶନ କାର୍ଡ ନଥିବା ଗରିବ ଲୋକ ମାନଙ୍କୁ ଚାଉଳ ବଣ୍ଟନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ପାଇଁ ଓଡ଼ିଶା ସରକାର ୩ମାସ ର ଚାଉଳ ଓ ଗହମ ରେଶନ କାର୍ଡ ଥିବା ହିତାଧିକାରୀ ମାନକୁ ଦେଇଥିବା ବେଳେ ଫଳରେ ଅନେକ ଗରିବ ଓ ଅସହାୟ ଲୋକ ମାନେ ଯାହାର ରେଶନ କାର୍ଡ ନାହିଁ ଏଥିରୁ ବଞ୍ଚିତ ହୋଇଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଯୋଗାଣ ବିଭାଗ ଅଧିକାରୀ ମାନକୁ ନିର୍ଦ୍ଦେଶ ଦେଇଥିଲେ ଯେ ଯେଉଁ ଗରିବ ଲୋକ ମାନଙ୍କ ରେଶନ କାର୍ଡ ନାହିଁ ସେମାନେ ଙ୍କୁ ମାଗଣାରେ ରାଶନ ସାମଗ୍ରୀ ବଣ୍ଟନ କରିବାକୁ। ଏହାକୁ ନଜରରେ ରଖି ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାଉଁଶଲୁଣ୍ଡି ପଂଚାୟତରେ ସରପଞ୍ଚ ଶାନ୍ତିଲତା ନାୟକ, ବ୍ଳକ ଉପାଦକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ପୂର୍ବତନ ବ୍ଳକ ଚେୟାରମେନ ଭବାନୀ ଶଙ୍କର ପ୍ରଧାନ,ବିଜୁ ସୃତି ସଂସଦ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ଓ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତରେ ପଂଚାୟତ ର ୩୦ଜଣ ଗରିବ ପରିବାର କୁ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ