ପୋଲିସ ମାଡ଼ରେ ସୁରତରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର କୋରନା ମହାମାରୀ ପାଇଁ ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡିଆମାନେ ନିଜ ନିଜର ଭିଟାମାଟି କୁ ଫେରିବାକୁ ବ୍ୟାକୁଳ ହେଉଥିବା ବେଳେ ସୁଦୂର ସୁରତ ରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରାପ୍ତ ସୂଚନା ଅନୁସାରେ ସୁରତ ଅମ୍ରୋଲି ଥାନା ଏରିଆ ରେ ପୋଲିସ ମାଡ଼ରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବାରୁଡ଼ା ଗ୍ରାମର ସତ୍ୟବାନ ସ୍ୱାଇଁ(୩୫)। ଅନେକ ବର୍ଷ ଧରି ସେ ସୁରତ ରେ ରହି ଏକ ସୁତାକଳ କମ୍ପାନୀ ରେ କାମ କରୁଥିଲେ। ହେଲେ କୋରନା ମାହାମରୀ ପାଇଁ ନିଜ ଗ୍ରାମ କୁ ଯିବାକୁ କିଛି ପ୍ରବାସୀ ଓଡ଼ିଆ ଭାଇ ମାନଙ୍କ ସହ ଟ୍ରେନ ଟିକଟ ପାଇଁ ଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଭିଡ଼ ହୋଇଥିବା ରୁ ଲାଠି ଚାଳନା କରିଥିଲା। ଏହି ସମୟରେ ସତ୍ୟବାନ ଘଟଣା ସ୍ଥଳରୁ ଚାଲିଯାଇ ଏକ ସୂତାକଳ କମ୍ପାନୀ ରେ ପଶି କବାଟ ବନ୍ଦ କରିଦେଇ ଥିଲେ । ପୋଲିସ କୌଣସି ମତେ କମ୍ପାନୀ ଭିତରେ ପଶି ୨ମହଲା ଉପରେ ରହୁଥିବା ସତ୍ୟବାନ କୁ ଅତି ନିର୍ଦୟ ଭାବେ ୪ ଜଣ ପୋଲିସ ମାଡ଼ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ମେଡିକାଲ କୁ ନିଆ ଯାଉଥିବା ବେଳେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।ସତ୍ୟବାନ ଙ୍କ ମୃତ୍ୟୁ ବରଣ ଖବର ପାଇ ପରିବାର ଲୋକେ ପୁରା ଭାଙ୍ଗି ପଡିଛନ୍ତି। ଏଥି ସହ ଏହି ମାମଲାରେ ତଦନ୍ତ କରି ଯେଉଁ ମାନେ ଏହି ଘଟଣା ରେ ଜଡିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସତ୍ୟବାନ ଙ୍କ ସ୍ତ୍ରୀ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଅପରପକ୍ଷରେ ମୃତ ସତ୍ୟବାନ ଙ୍କ ୭ ବର୍ଷର ଏକ ବିକଳାଙ୍ଗ ପୁଅ ରହିଛି। ଏଥି ସହିତ ପରିବାର ପ୍ରତିପୋଷଣ କରିବାକୁ ସେମାନେ ବର୍ତ୍ତମାନ ଅକ୍ଷମ ଥିବାରୁ ପରିବାର କୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ସେ ଦାବି କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ