ବାଂଶ ପଂଚାୟତର ପୁରୁଣା ପୋଖରୀକୁ ,ଆମଗାଁ ଆମ ବିକାଶ ଯୋଜନାରେ ବିଲ କରିବା ମସୁଧା

ନାଉଗାଁ, (ୱାଇଏନ୍‌ଏସ୍‌): ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ପଂଚାୟତରେ ଥିବା ଗୋଚ୍ଛାୟତ ସାହି ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ୨୦୧୮-୧୯ ଆର୍ଥୀକ ବର୍ଷରେ କରାଯିବାର ଯୋଜନା କରାଯାଇଥିଲା । ଯାହାର କୋର୍ଡ ନଂ ଥିଲା୨୪୧ଜି୦୦୪୦୧୫/ଡବ୍ଳୁ ଏଚ/୩୦୯୭୮୧୨ । ଏହି ଯୋଜନାରେ ଜୁଲାଇ ୨୦୧୮ ରେ ଉକ୍ତ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା ।କିନ୍ତୁ ସରକାର ଙ୍କ ନିୟମାନୁସାରେ ଏନଆରଜିଏସ କାର୍ଯ୍ୟ ଜବକାର୍ଡଧାରୀ ଙ୍କ ଦ୍ୱାରା କରାଯିବ । କିନ୍ତୁ ଏହି ପୋଖରୀ ଖୋଲୁଥିବା ଠିକାଦାର ମେସିନ ଦ୍ୱାରା ଖୋଳି ବିଲ କରିବାର ମସୁଧା ଚଳାଇଥିବା ବେଳେ ବିଭିନ୍ନ ଗଣ ମାଧ୍ୟମରେ ଉକ୍ତ ଖବର ପ୍ରକାଶ ପାଇବା ପରେ ଏହି ପୋଖରୀର ବିଲ କରାଯାଇ ନଥିଲା । ପରେ ରାଜ୍ୟ ସରକାର ଙ୍କ ପକ୍ଷରୁ ୨୨ ଜାନୁଆରୀ ୨୦୧୯ ରେ ଆମ ଗାଁ,ଆମ ବିକାଶ ନାମକ ଏକ ଯୋଜନା ଉଦଘାଟନ କରାଯାଇଥିଲା । ଏହି ଯୋଜନାରେ ଉକ୍ତ ବ୍ଳକର ୧୬ ଟି ପଂଚାୟତକୁ ପ୍ରତ୍ୟେକ କୁ ୨୫ ଲକ୍ଷ ହିସାବରେ ୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ସରକାର ଙ୍କ ନିୟମାନୁସାରେ ଏହି ଯୋଜନା ମାଧ୍ୟମରେ ଯେଉଁ ସବୁ ପ୍ରକଳ୍ପ ନିର୍ମାଣ କରାଯିବ ପ୍ରଥମେ ପ୍ରକଳ୍ପ ନିର୍ମାଣ କରିବା ପୂର୍ବରୁ ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ,ସଂପୃକ୍ତ ଯନ୍ତ୍ରୀ,ପଂଚାୟତ ପ୍ରତିନିଧି ଆଦି ଙ୍କ ସହିତ ପ୍ରକଳ୍ପ ନିର୍ମାଣ ପୂର୍ବର ଫଟୋ ପ୍ରଦାନ କରାଯିବ । ପ୍ରକଳ୍ପ ନିର୍ମାଣ ହେବା ଆଗରୁ ସୂଚନା ଫଳକ ର ସବିଶେଷ ତଥ୍ୟ ପ୍ରଦାନ କରାଯିବ । ସବୁଠାରୁ ଗୁରୁତ୍ୱପୂନ୍ନ ବିଷୟ ହେଲା ଅଗଷ୍ଟ ୨୦୧୯ ରେ କୈାଣସି ଗୋଟିଏ ହେଲେ ପଂଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହୋଇ ନଥିବା ବେଳେ ବିଡିଓ ପ୍ରକାସ କରିଥିଲେ ।କିନ୍ତୁ ବାଂଶ ପଂଚାୟତରେ ଗୋଚ୍ଛାୟତ ସାହି ପୋଖରୀକୁ ଆମ ଗାଁ ,ଆମ ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ବେଳେ ସୂଚନା ଫଳକ ତଥ୍ୟ ଅନୁସାରେ କାର୍ଯ୍ୟ ଆରମ୍ଭ ତାରିଖ୨ମାର୍ଚ୍ଚ୨୦୧୯ ରହିଥିବା ବେଳେ କାର୍ଯ୍ୟ ଶେଷ ତାରିଖ ୨ ମେ ୨୦୧୯ ରଖାଯାଇଛି ।ସେହିପରି ଅଟକଳ ମୂଲ୍ୟ ୩ ଲକ୍ଷ ଟଙ୍କା ଥିବା ବେଳେ କାର୍ଯ୍ୟ ନିର୍ବାହୀ ସଂସ୍ଥା ପଂଚାୟତ ସମିତି ବୋଲି ଦର୍ଶାଯାଇଛି । କିନ୍ତୁ ଏ ବିଷୟରେ ସେ ସମୟରେ ପଂଚାୟତର ଥିବା ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ସିତାଂଶୁ ବିଶ୍ୱାଳ ଙ୍କୁ ପଚାରିବାରେ କାର୍ଯ୍ୟ ବିଷୟରେ ସେ କିଛି ଜାଣି ନଥିବା ପ୍ରକାଶ କରିଥଲେି ।ପ୍ରଶାସନିକ ଅଧିକାରୀ ଙ୍କ ଅଗୋଚରରେ ଠିକାଦାର ଜନ ସାଧରାଣ ଙ୍କ ଦୃଷ୍ଟି ଆଢୁଆଳରେ ଏକ ସୂଚନା ଫଳକ ଆମ ଗାଁ ଆମ ବିକାଶର ଲଗାଇଦେଇ ୩ ଲକ୍ଷ ଟଙ୍କାର ବିଲ କରିବା ମସୁଧା ଚଳାଇଥିବା ଜଣାଯାଇଥିଲା ।ଯାହାକି ଖୋଲା ଖୋଲି ଭାବେ ସରକାରୀ ନିୟମକୁ ଉଲଘଂନ କରୁଥିବା ବେଳେ କେବଳ ପୋଖରୀ ହୁଡା କୁ ଗୋଟିଏ ଦିନ ସଫା କରାଯାଇ ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇଥିଲା । ଏନଆରଜିଏସ ରେ ପୋଖରୀ ଖନନ କରାଯଇାଥିବା ବେଳେ ଆମ ଗାଁ ଆମ ବିକାଶ କାର୍ଯ୍ୟ କ୍ରମରେ ସମସ୍ତ ସରକାରୀ ନିୟମକୁ ଉଲଘଂନ କରି ବିଲ କରିବା ମସୁଧା ଚଳାଇଥିବା ବେଳେ କାର୍ଯ୍ୟର ସ୍ୱଚ୍ଛତା ପ୍ରତି ସାଧରାଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଉକ୍ତ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ସେହି ସମୟରେ ବିଲ କୁ ବନ୍ଦ ରଖାଯାଇଥିଲା । ଉକ୍ତ ଘଟଣା କୁ ଦୀର୍ଘ ଦିନ ବିତି ଯିବା ପରେ ବର୍ତମାନ ପୁନର୍ବାର ଉକ୍ତ ପୋଖରୀ କୁ ବିଲ କରାଇବା ପାଇଁ ମସୁଧା ଚଳାଇଥିବା ଜଣାଯାଇଛି । ପୋଖରୀ ଟିର ସେପରି ଉନ୍ନତି ମୂଳକ କାର୍ଯ୍ୟ ହୋଇ ନଥିବା ବେଳେ କିପରି ବିଲ କରାଯିବ ସାଧରାଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରି ନିୟମକୁ ଉଲଘଂନ କରି ପୋଖରୀ ବିଲ କରିବା ମସୁଧା ଚଳାଇଥିବା ବେଳେ ଉକ୍ତ ପୋଖରୀ ଠିକ ଭାବେ ଖନନ କରାଯାଇଛି କି ନାହିଁ ତାହାକୁ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସ୍ଥାନୀୟ ଅଂଚଳବାସି ଦାବି କରିଛନ୍ତି । ଏ ବିଷୟରେ ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁ ଙ୍କୁ ପଚାରିବାରେ-ସେହି ସମୟରେ ଯେଉଁ ଅଳ୍ପ କିଛି କାର୍ଯ୍ୟ ହୋଇଥିଲା । ତାହାକୁ ବିଲ କରିବା ପାଇଁ ପ୍ରୋସେସିଙ୍ଗ ହେଉଥିବା ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ