ବନ୍ଦର କର୍ତ୍ତୃପକ୍ଷଙ୍କ ତ୍ୱରିତ ପଦକ୍ଷେପ ସ୍ୱାଭାବିକ ହେଲା ବନ୍ଦର କାରବାର

ପାରାଦ୍ୱୀପ, (ପିତବାସ ପ୍ରଧାନ):ତା୨୧/୦୫ ୨୦୨୦ ମସିହାର ମହାବାତ୍ୟା ଗତିବିଧିର ପୂର୍ବ ସୂଚନା ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରକମ୍ପିତ ହେବା ପରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବାରୁ ୪୮ ଘଣ୍ଟା ପରେ ସ୍ୱାଭାବିକ ହୋଇଛି ପାରାଦ୍ୱୀପ ବନ୍ଦର । ବନ୍ଦର ପ୍ରଶାସନର ଏହି ପ୍ରସ୍ତୁତି ଯୋଗୁଁ ବାତ୍ୟା ବନ୍ଦରର ସେଭଳି ଗୁରୁତ୍ୱର କ୍ଷତି ଘଟାଇପାରିନଥିଲା । ଏବଂ ବାତ୍ୟା ସମୟରେ ବନ୍ଦର ର ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ସେବା ସ୍ୱାଭାବିକ ରହିଥିଲା । ତେବେ ବନ୍ଦର ସହରରେ ବାତ୍ୟା ଯୋଗୁଁ ରାସ୍ତା ମାନଙ୍କରେ ଉପୁଡିଥିବା ଗଛ ମାନଙ୍କୁ ବନ୍ଦର ସିଆଇଏସ୍‌ଏଫ୍ ର ଅଗ୍ନିଶମ ବିଭାଗ ସେଗୁଡିକୁ ରାସ୍ତା ରୁ ଉଠାଇ ପରିସ୍କାର କରାଯାଇଥିଲା । ଯାହାଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ ବ୍ୟାଘାତ ସୃଷ୍ଟି ହୋଇନଥିଲା । ଏତଦ୍‌ବ୍ୟତୀତ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ପ୍ରାୟ ୨ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ, ପାନୀୟ ପାଣି ବୋତଲ ଓ ନୋଜ ମାସ୍କ ବଣ୍ଟନ କରାଯାଇଥିଲା । ଏହି ବାତ୍ୟାରେ ହାରାହାରି ୨୫୨ ମିଲିମିଟର ବର୍ଷା ହୋଇଥିବା ନୂତନ ଡ୍ରେନ ନିର୍ମାଣ ଓ ମରାମତି ଯୋଗୁଁ ବନ୍ଦରାଞ୍ଚଳରେ କୌଣସି ଠାରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇନଥିଲା । ଏବେ ବନ୍ଦରରେ ଜାହାଜ ଚଳାଚଳ, ପଣ୍ୟ କରାବାର ଓ ପରିବହନ ବ୍ୟବସ୍ଥା ସ୍ୱାଭାବିକ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ