ଲକ ଡାଉନ ନିୟମ ସାମାନ୍ୟ କୋହଳ ପରେ ଟ୍ରାଫିକ ବ୍ୟବସ୍ଥା ବିପ ର୍ଜ୍ୟସ୍ତ, ଦୁର୍ଘଟଣା ବୃଦ୍ଧି ପାଉଛି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଦର ଏନଏସି ଅଞ୍ଚଳରେରେ ଦିନକୁ ଦିନ ବଢ଼ି ଚାଲିଛି ଉଠା ଦୋକାନି ମାନଙ୍କ ବ୍ୟବସାୟ, ୫୯ ନଂ.ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁରକୁ ସଂଯୋଗ କରିଛି, ସେହି ରାଜପଥରେ ବାଲିଗୁଡା ଟାଉନ ରହିଛି, ଯାହାକି, ବର୍ତ୍ତମାନ ସ୍ଥିତିରେ ଅର୍ଥାତ ଲକ ଡାଉନ ପିରିଅଡ ଚାଲିଥିବା ବେଳେ ବ୍ୟବସାୟୀ ମାନଙ୍କ ପାଇଁ ନିୟମ ସାମାନ୍ୟ କୋହଳ କରାଯାଇଥିବା ଯୋଗୁଁ ରାଜରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଦୁଇ ଓ ଚାରି ଚକିଆ ଯାନବାହାନ ରହିବା ଏବଂ ଉଠା ଦୋକାନୀ ମାନେ ସୀମା ବାହାରକୁ ଆସି ବ୍ୟବସାୟ କରିବା ଦ୍ୱାରା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି, ପରିବାର ପ୍ରତିପୋଷଣ କରିବା ପାଇଁ କର୍ମଜୀବି ହେବା ନିହାତି ଆବଶ୍ୟକ, କିନ୍ତୁ ନିଜେ ଜଣେ ବାଇକ ଚାଳକ ଓ ଉଠା ଦୋକାନୀ ହୋଇ ରାଜରାସ୍ତା ଅବରୋଧ କରିବା ନିହାତି ବେନିୟମ କାର୍ଜ୍ୟ, ଏପରି ଘଟଣା ସବୁ ବାଲିଗୁଡା ଟାଉନରେ ଦେଖିବାକୁ ମିଳୁଛି, ଲକ ଡାଉନକୁ ସାମାନ୍ୟ କୋହଳ କରାଯିବା ପରେ ପୂର୍ବଭଳି ଟ୍ରାଫିକ ସମସ୍ୟା ବେଫିକର ହୋଇ ଯାଇଛି, ଶୁକ୍ରବାର ସକାଳୁ ସକାଳୁ ସ୍ଥାନୀୟ ପିଡବ୍ଲୁଡ଼ି ଛକରେ ଏକ ବୃଦ୍ଧା ସାବିତ୍ରୀ ଅମାବାସ୍ୟା ପାଇଁ ଫଳ କିଣିବାକୁ ଆସିଥିବା ବେଳେ ପ୍ରବଳ ଗହଳି ମଧ୍ୟରେ ଏକ ମୋଟର ସାଇକଲ ଆସି ବାଡ଼େଇ ହୋଇଥିଲା, ଫଳରେ ବୃଦ୍ଧାଙ୍କୁ ଆଘାତ ଲାଗିଥିଲା, ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ, ଏହି ଛକ ଦେଇ ସମସ୍ତ ବ୍ୟାଙ୍କ ଓ ସରକାରୀ କାର୍ଜ୍ୟଳୟକୁ ଯାତାୟାତ କରିଥାନ୍ତି, ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି, ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ କରାଯାଉନଥିବା ଯୋଗୁଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି, ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବୀ ହେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ