ଦେଶରେ କରୋନା ନେଲାଣି ୩୭୨୦ ଜୀବନ
ନୂଆଦିଲ୍ଲୀ : ଦେଶରେ ଲକ୍ଡାଉନ୍ ଜାରି ରହିଥିବା ସତ୍ତ୍ବେ ସଂକ୍ରମିତ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୬୬୫୪ଟି ମାମଲା ଆସିଛି । ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୩୭ ଜଣ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏ ପର୍ଯ୍ୟନ୍ତ ଏକ ଲକ୍ଷ ୨୫ ହଜାର ୧୦୧ଜଣ ସଂକ୍ରମିତ ହୋଇଥିବାବେଳେ ୩୭୨୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ୫୧ ହଜାର ୭୮୪ ଜଣ ସୁସ୍ଥ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ୧୫୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ୮୦୨, ମଧ୍ୟପ୍ରଦେଶରେ ୨୭୨, ପଶ୍ଚିମବଙ୍ଗରେ ୨୬୫, ରାଜସ୍ଥାନରେ ୧୫୩, ଦିଲ୍ଲୀରେ ୨୦୮, ଉତ୍ତରପ୍ରଦେଶରେ ୧୫୨, ଆନ୍ଧ୍ରପ୍ରଦେଶରେ ୫୫, ତାମିଲନାଡୁରେ ୯୮, ତେଲେଙ୍ଗାନାରେ ୪୫, କର୍ଣ୍ଣାଟକରେ ୪୧, ପଞ୍ଜାବରେ ୩୯, ଜମ୍ମୁକାଶ୍ମରୀରରେ ୨୦, ହରିୟାଣାରେ ୧୬, ବିହାରରେ ୧୧, କେରଳରେ ୪, ଝାଡଖଣ୍ଡରେ ୩, ଓଡ଼ିଶାରେ ୭, ଚଣ୍ଡୀଗଡରେ ୩, ହିମାଚଳ ପ୍ରଦେଶରେ ୩, ଆସାମରେ ୪ ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ହୋଇଛି ।


