କେନ୍ଦୁଆପଦା ହାଇସ୍କୁଲରେ ବନ୍ଧୁମିଳନ ଉତ୍ସବ
(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ କେନ୍ଦୁଆପଦା ହାଇସ୍କୁଲର ୧୯୮୩ ମସିହା ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ପ୍ରବଚକ ସଂଗ୍ରାମ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜେ୍ୱାଳନ କରିଥିଲେ । ବିଜ୍ଞାନ ଶିକ୍ଷକ ଶଶୀ ଶେଖର କରଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ସାହୁ, ମଦନ ମୋହନ ମହାନ୍ତି, ଗୟାଧର ସ୍ୱାଇଁ, ଅନନ୍ତ ଚରଣ ଲେଙ୍କା, ଲକ୍ଷ୍ମୀଧର ମହାରଣା, ଖଗେଶ୍ୱର ରାଉତ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ମଞ୍ଚାସୀନ ସମସ୍ତ ଅତିଥିଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ବିକଳ ଚରଣ ଘଡେଇଙ୍କୁ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଅଧିର କୁମାର ତରେଇ, କିଶୋର କୁମାର ଦାଶ, ମଣିଭଦ୍ର ମିଶ୍ର, ଉତ୍ତମ କୁମାର ଦତ୍ତ, ଅଭୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଶଶୀ ଶେଖର କରଶର୍ମା ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ରବିନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ତାପସ ଚନ୍ଦ୍ର ସେନାପତି, ପୁରାତନ ଛାତ୍ର ରବିନ୍ଦ୍ର କୁମାର ପୁହା. ଦୁର୍ଯ୍ୟଧନ ପଣ୍ଡାଙ୍କ ସମେତ ଅନ୍ୟମାନେ ପସହାୟତା କରିଥିଲେ ।