କରୋନା ରେ ମୃତ କହି ଦେଲେନି ଶବ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଶବ ନଥାଇ ମଧ୍ୟ କରାଗଲା ଶବ ସଂସ୍କାର।ଶବ ବଦଳରେ ସ୍ମଶାନ ରେ ନଡ଼ା ରେ ତିଆରି ଶବ ପ୍ରସ୍ତୁତ କରି ହିନ୍ଦୁ ରୀତିନୀତି ଅନୁଯାୟୀ ସଂସ୍କାର କରିଲା ପୁତୁରା ।ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ଗଣ୍ଡାଧର ପଂଚାୟତ ହରିପୁର ଗ୍ରାମରେ।ପୂର୍ଣ ଚନ୍ଦ୍ର ଗୌଡ଼ ସୁରାଟ ରେ ଶ୍ରମିକ ଭାବେ କାମ କରୁଥିଲେ ନିଜର ପୁତ୍ର ସନ୍ତାନ ଜନ୍ମ ଖବର ଶୁଣି ସେ ନିଜ ଗାଁ ହରିପୁର କୁ ଆସିଥିଲେ।ଆସିବାର କିଛି ଦିନ ପରେ ଜ୍ୱର ହୋଇଥିଲା ।ପରିବାର ଲୋକେ ପ୍ରଥମେ ସ୍ଥାନୀୟ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।ସେଠାରେ ଦେହ ଅସୁସ୍ଥ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଭର୍ତି କରିଥିଲେ।ହେଲେ ଡାକ୍ତର ସେ ସୁରତ ଫେରିଥିବା ଜାଣି ତାକୁ ସିତଳାପଲ୍ଲୀ କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରିଦେଇଥିଲେ।ସେଠାରେ ତାଙ୍କର ଚିକିତ୍ସା ଅଭାବରୁ ମୃତୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।ମୃତୁ ହେବାର କିଛି ସମୟ ପରେ କୋରନା ପଜିଟିଭ ଥିବା ରାଜ୍ୟ ସରକାର ଘୋଷଣା କରିଦେଲେ।ତାହାର କିଛି ଘଣ୍ଟା ପରେ କୋରନା ନେଗାଟିଭ କହିଲେ।ହେଲେ ସେତିକି ବେଳୁ ସ୍ଥାନୀୟ ପ୍ରଶାସନ ଓ ଏଏନଏମ ଦିଦି ପରିବାର ଲୋକଙ୍କୁ କରୋନା ରେ ପୂର୍ଣ ଚନ୍ଦ୍ର ମୃତୁ ହୋଇଥିବା କହିସାରିଥିଲେ। ସେପଟେ ସ୍ତ୍ରୀ ରଞ୍ଜୁ କହିଛନ୍ତି ତିନି ଦିନ ଧାଇଁବା ପରେ ପରେ ସ୍ବାମୀ ର ଶେଷ ଦର୍ଶନ କରିବାକୁ ଅନୁମତି ଦେଲେ।ଏବେ ମୋର କେହି ନାହାନ୍ତି।ଦେଢ଼ ମାସ ର କଅଁଳା ପୁଅ,୫ ବର୍ଷ ଝିଅକୁ ଧରି କେମିତି ବଞ୍ଚିବି ।ସରକାର କିଛି ଆର୍ଥିକ ସାହାଯ୍ୟ କଲେ ମୋର ଘର ଚାଲିବ।ସେପଟେ ସ୍ଥାନୀୟ ବାସିନ୍ଦା ମଧ୍ୟ ଆର୍ଥିକ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ