କଟକ ଆଇଟିଆଇର ସହକାରୀ ତାଲିମ ଅଧିକାରୀଙ୍କ ଅଭିନବ ପ୍ରୟାସ

ଈୁବନେଶ୍ୱର, (ୱାଇଏନ୍‌ଏସ୍‌): କଟକ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ) ର ସହକାରୀ ତାଲିମ ଅଧିକାରୀମାନେ ସ୍ୱୟଂକ୍ରିୟ ସାନିଟାଇଜର ପ୍ରସ୍ତୁତ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ଏହି ତାଲିମ ପ୍ରତିଷ୍ଠାନର ଇଲେକ୍ଟ୍ରୋନିକ୍ସ ଏବଂ ୱେଲ୍‌ଡ଼ିଂ ବିଭାଗର ସହକାରୀ ତାଲିମ ଅଧିକାରୀମାନେ ଦୁଇଟି ଭିନ୍ନ ଭିନ୍ନ ପ୍ରକାର ସ୍ୱୟଂକ୍ରିୟ ସାନିଟାଇଜର ତିଆରି କରିଛନ୍ତି । ପ୍ରଥମଟି ହେଉଛି ସ୍ୱୟଂକ୍ରିୟ ଏବଂ ଦ୍ୱିତୀୟଟି ଫୁଟ୍ ଅପରେଟେଡ଼ । ଏହାଦ୍ୱାରା ଗୋଟିଏ ସାନିଟାଇଜର ବୋତଲକୁ ବହୁ ଲୋକ ଧରିବାକୁ ପଡିବ ନାହିଁ । ଯନ୍ତ୍ରଟିରେ ଲାଗିଥିବା ସେନସର ପାଖକୁ ହାତ ଯିବା ମାତ୍ରେ ଏହା ଆବଶ୍ୟକ ପରିମାଣର ସାନିଟାଇଜର ହାତରେ ଦେବ । ସେହିପରି ଦ୍ୱିତୀୟ ଯନ୍ତ୍ରଟିର ତଳ ଲିଭରକୁ ପାଦରେ ଛୁଇଁବା ମାତ୍ରେ ଏହା ଆବଶ୍ୟକୀୟ ପରିମାଣ ସାନିଟାଇଜର ଦେବ । ଏହି ଯନ୍ତ୍ର ଦ୍ୱାରା ସାନିଟାଇଜର ରାସାୟନର ଅଧିକ ବ୍ୟବହାର ଏବଂ ନଷ୍ଟକୁ ରୋକି ହେବ ।ଶିଳ୍ପ ପ୍ରତିଷ୍ଠାନର ସହକାରୀ ତାଲିମ ଅଧିକାରୀ ଅର୍ଚ୍ଚନା ସାହୁ ଏବଂ ସଂଜୟ କୁମାର କର ନିଜର ସହଯୋଗୀମାନଙ୍କ ସହ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଯନ୍ତ୍ରର କାର୍ଯ୍ୟ ଓ ଉପଯୋଗିତା ପ୍ରଦର୍ଶନ କରିଥିଲେ । ଏତାଦୃଶ ଉଦ୍ୟମ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ସେମାନଙ୍କୁ ପ୍ରଶଂସା କରିବା ସହ ଅଧିକାରୁ ଅଧିକ ଅଭିନବ ଯନ୍ତ୍ରାଂଶ ଉପରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶମତେ ଏହି ଯନ୍ତ୍ର ଦୁଇଟିକୁ ଲୋକସେବା ଭବନ ଦ୍ୱିତୀୟ ମହଲା ସଭାଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ କରିଡୋରରେ ସରକାରୀ କର୍ମଚାରୀ ଓ ଆଗନ୍ତୁକମାନଙ୍କ ବ୍ୟବହାର ନିମନ୍ତେ ଲଗା ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ