ବି.କରଡ଼ାବାଡ଼ି କେନ୍ଦ୍ରର ପ୍ରବାସୀ ଓଡ଼ିଆଙ୍କ ପ୍ରଫୁଲ ପରିବାରକୁ ସହାୟତା

ବୁଗୁଡା, (ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ବି.କରଡ଼ାବାଡ଼ି ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆ ବୃନ୍ଦ ନିଜ ମଧ୍ୟରେ ଚାନ୍ଦା କରି ୪୯୦୪ ଟଙ୍କା ମଧୂପଲ୍ଲୀ ଗ୍ରାମର ସ୍ବର୍ଗତ ପ୍ରଫୁଲଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ଜଣେ ଶ୍ରମିକଙ୍କ ମୃତ୍ୟୁ ପରେ ସେହି ପରିବାରର ଦୟନୀୟ ଅବସ୍ଥା କଣ ହୋଇପାରେ ଅନ୍ୟ ଶ୍ରମିକମାନେ ନିଶ୍ଚିତ ଭାବେ ଅନୁଭବ କରି ପାରୁଥିବେ। ଏଣେ ନିଜ ପରିବାର ଅସୁବିଧାରେ ଚଳୁଥିଲେ ମଧ୍ୟ ସେଥିପ୍ରତି ଅଣଦେଖା କରି ନିଜ ପରିଶ୍ରମରୁ ଅର୍ଜନ କରିଥିବା ଅର୍ଥରୁ ଅନ୍ୟ ଜଣେ ଅସହାୟ ଶ୍ରମିକ ଭାଇଙ୍କ ପରିବାରକୁ ସହଯୋଗର ହାତ ବଢାଇଥିବ ଦେଖିବାକୁ ମିଳିଥିଲା । ସମସ୍ତ ପ୍ରବାସୀ ଓଡ଼ିଆ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଦାୟ ୪୯୦୪ ଟଙ୍କା ବି.କରଡ଼ାବାଡ଼ି ହାଇ ସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ମଧୂପଲ୍ଲୀ ଯାଇ ପ୍ରଫୁଲଙ୍କ ପରିବାରକୁ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ