ବିଦ୍ୟୁତ ତାର ଲାଗି ଡ୍ରାଇଭର ମୃତ୍ୟୁ

ବାଲେଶ୍ୱର, (ସରୋଜ ପଣ୍ଡା):ବିଦ୍ୟୁତ ତାର ଲାଗି ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ସୋରରେ ଏହି ଅଘଟଣା ଘଟିଛି। ସୋନ ନଦିଗାଁ ଅଞ୍ଚଳରେ ସିମେଣ୍ଟ ଅନ୍‌ଲୋଡ ସମୟରେ ଏହି ଅଘଟଣ ଘଟିଛି ।ସୂଚନା ମୁତାବକ ସିମେଣ୍ଟ୍ ଅନଲୋଡ କରୁଥିଲା ବେଳେ ଟ୍ରକ ଡାଲାରେ ୧୧ କେଭି ତାର ଲାଗିଯିବାରୁ ଘଟଣାସ୍ଥଳରେ ଡ୍ରାଇଭଙ୍କର ମୃତ୍ୟୁ ହୋଇଛି । ଭଦ୍ରକରୁ ସୋର ଥାନା ଅଧିନ ନଦିଗାଁ ବଜାରକୁ ଆସିଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଅନଲୋଡ କରୁଥିଲା । ଏହି ସମୟରେ ସେଠାରେ ଓହଳି ଥିବା ୧୧ କେଭି ତାର ଟ୍ରକ ଡାଲାରେ ଲାଗି ଯାଇଥିଲା ।ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର୍ ର ମୃତ୍ୟୁ ହୋଇଯାଇଛି । ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୁଲିସ୍ ଡାକ୍ତରଖାନା ରେ ପହଂଚି ଶବ ଜବତ କରିଛି । ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି । ଡ୍ରାଇଭର୍ ଜଣକ ଭଦ୍ରକ ଚରମ୍ପା ଅଞ୍ଚଳର ରାଜକିଶୋର ପରିଡା ବୋଲି ଜଣା ପଡିଛି । ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନଥିବାରୁ ହାଇ ଭୋଲଟେଜ୍‌ ବିଦ୍ୟୁତ୍‌ ତାର ଝୁଲି ରହିଥିବାରୁ ଏହି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ