ନିରାଡ଼ମ୍ବରରେ ଶୀତଳ ଷଷ୍ଠୀ ଯାତ୍ରା

ବୁଗୁଡା (ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ମାଣିତରା ଗ୍ରାମର ଶ୍ରୀ କପିଳେଶ୍ୱର ସ୍ୱାମୀ ପୀଠରେ ନିରାଡ଼ମ୍ବର ସହକାରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଯାତ୍ରା ସମାପନ ହୋଇଯାଇଛି।ଅଞ୍ଚଳରେ ମାଣିତରା ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସିଦ୍ଧ ଅଟେ। ପ୍ରତ୍ୟେକ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାରେ ହଜାର ହଜାର ଜନସମାଗମରେ ବାଣ ପଟୁଆର ହୋଇ ବିଭିନ୍ନ ଲୋକନୃତ୍ୟର ତାଳେ ତାଳେ ଠାକୁରଙ୍କ ନଗର ପରିକ୍ରମା ପରେ ମାଣିତରା ବଡ଼ଦାଣ୍ଡର ମଣ୍ଡପରେ ଠାକୁର ବିଜେ କରିବା ପରେ ନାଟ ଯାତ୍ରା ଆରମ୍ଭ ହୋଇଥାଏ। ହେଲେ ଚଳିତ ବର୍ଷ ଲକ ଡାଉନ ଯୋଗୁଁ ଅତି ନିରାଡ଼ମ୍ବର ସହ ମାତ୍ର ଦଶ ପନ୍ଦର ଜଣଙ୍କ ମଧ୍ୟରେ ସୀମିତ ରହି ଚୌଦୋଳ ରେ ଠାକୁରଙ୍କୁ ନଗର ପରିକ୍ରମା କରାଇ ମନ୍ଦିରକୁ ଫେରିଥିଲେ। ମାଣିତରା ବଡ଼ଦାଣ୍ଡର ମଣ୍ଡପରେ ଠାକୁରଙ୍କୁ ସ୍ଥାପନ କରାଯାଇ ନଥିଲା କି ବାଣପଟୁଆର , ନାଟ ଯାତ୍ରା କିଛି ହୋଇନଥିଲା। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ