ପିତାଙ୍କ ପଥ ଅନୁସରଣ କରିବେ ସଲମାନ!
ଲକ୍ଡାଉନ୍ ସମୟରେ ସଲମାନ ଖାନ ନିଜ ପନେଭଲ ଫାର୍ମହାଉସ୍ରେ ସମୟ ବିତାଉ ଥିଲେ। ଖାଲି ସମୟରେ ସେ କେବେ ଚିତ୍ର ଆଙ୍କୁଥିଲେ ତ ଆଉ କେତେବେଳେ ସ୍କେଚିଂ ଓ ଅନ୍ୟ ସମୟରେ ମ୍ୟୁଜିକ୍ ଭିଡ଼ିଓ ତିଆରି କରୁଥିଲେ। ଏବେ ଶୁଣିବାକୁ ମିଳୁଛି ସଲମାନ ଖାନ ଏକ ଲଭ୍ ଷ୍ଟୋରୀ ଲେଖୁଛନ୍ତି। ସଲମାନ ଖାନଙ୍କୁ ଅଭିନୟ ଓ ଗୀତ ଗାଇବା ବ୍ୟତୀତ କାହାଣୀ ଲେଖିବାରେ ମଧ୍ୟ ଆଗ୍ରହ ରହିଛି। ଏବେ ସଲମାନ ନିଜର ଏହି ଆଗ୍ରହକୁ ପୂରା କରିବାରେ ଲାଗିଛନ୍ତି।
ମିଡିଆ ରିପୋର୍ଟ ମୁତାବକ ସଲମାନ ଏକ ଲଭ୍ ଷ୍ଟୋରୀ ଲେଖିବାକୁ ଚାହୁଥିଲେ। ତେଣୁ ଲକ୍ଡାଉନ୍ ସମୟରେ ସେ ତାଙ୍କର ଏହି ଇଚ୍ଛା ପୂରଣ କରୁଛନ୍ତି। ତେବେ ସଲମାନଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ସୂଚନାଯୋଗ୍ୟ ଯେ ସଲମାନଙ୍କ ପିତା ସଲିମ ଖାନ ମଧ୍ୟ ଅଭିନୟ ପରେ ଲେଖିବା କ୍ଷେତ୍ରରେ ପାଦ ରଖିଥିଲେ। ସଲିମ ଅନେକଗୁଡ଼ିଏ ଫିଲ୍ମର ସ୍କ୍ରିନ୍ପ୍ଲେ କରିଛନ୍ତି। ୫୪ ବର୍ଷିୟ ସଲମାନ ମଧ୍ୟ ପିତାଙ୍କ ପଥରେ ପଥିକ ହେବାକୁ ଯାଉଛନ୍ତି। ସଲମାନ କାହାଣୀ ଲେଖୁଥିବା ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ଏଥିରେ ସଲମାନ ନିଜେ ଅଭିନୟ କରିବେ ନା ଏଥିରେ ସେ ଅନ୍ୟ କେଉଁ ହିରୋ ଅଭିନୟ କରିବେ। ସୂଚନାଯୋଗ୍ୟ ଯେ ଲକ୍ଡାଉନ୍ ସମୟରେ ସଲମାନ ଖାନ ଲଭ୍ କରୋନା, ତେରେ ବିନା, ଭାଇ ଭାଇ ତିନୋଟି ଗୀତ ରିଲିଜ୍ ହୋଇଥିଲା ’ଭାଇ ଭାଇ’ ଗୀତକୁ ସାଜିଦ-ଓ୍ୱାଜିଦ ଖାନଙ୍କ ଯୋଡ଼ି କମ୍ପୋଜ କରିଥିଲେ।


