ଘୁମୁସର ର ସ୍ବର” ପକ୍ଷରୁ ୮୬ତମ ସାହିତ୍ୟ ଆଲୋଚନା ଚକ୍ର ଓ ସ୍ନାନ ପୂର୍ଣ୍ଣିମା କବିତା ଆସର
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବାଲିପଦର ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡିଆ ଭାଷା ସାହିତ୍ୟ,କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସୁର ର ସ୍ବର” ପକ୍ଷରୁ ଶୁକ୍ରବାର ଦିନ ସ୍ନାନ ପୂର୍ଣ୍ଣିମା ଅବସରରେ ୮୬ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ଅନ୍ ଲାଇନ୍ କବିତା ଆସର ବାଲିପଦର ଆଜାଦ୍ କନ୍ ଫେରେନସ୍ ହଲ୍ ଠାରେ ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବାଲିପଦର ଉନ୍ନୟନ ପରିଷଦ ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଘୁମୁସର ସମ୍ବାଦର ସଂପାଦକ ନେତାଜୀ ବିଷୋୟୀ,ଡକ୍ଟର ଗୁରୁମୂର୍ତ୍ତି ନାୟକ,ପଣ୍ଡିତ ସୀମାଞ୍ଚଳ ପଣ୍ଡା ଯୋଗଦେଇ ଘୁମୁସରର ଐତିହ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ଜି.ରାଜେଶ୍ବରପାତ୍ର,ଜି.ଅଭୟ କୁମାର ପାତ୍ର,ଖଲିପରିଡା, ଦୃଷ୍ଟିହୀନ କବି ବବ୍ରୁବାହାନ ସ୍ବାଇଁ,ବସନ୍ତ କୁମାର ବିଷୋୟୀ, ରତ୍ନାକର ମହାରଣା,କବି ଶ୍ରୀଧର ମିଶ୍ର,ରବିନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବ ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ବିଭିନ୍ନ ଅଞ୍ଚଳରୁ କବି ସାହିତ୍ୟିକ ମାନେ ହ୍ବାଟ୍ସଅପ ଦ୍ବାରା ପଠାଇ ଥିବା କବିତା ଗୁଡିକୁ ସମଦୂରତା ରକ୍ଷା କରି ଆବୃତ୍ତି କରାଯାଇ ଥିଲା। ସର୍ବଶ୍ରୀ ଗୌରୀପତିଦାଶ,ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର,ଗୋରୀଶଙ୍କର ମିଶ୍ର,ବିଭୂତି ଭୂଷଣ ମିଶ୍ର,ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡା,ଡକ୍ଟର ନଳିନୀ ପ୍ରଭା ଦାସ,ନାଟ୍ଯକାର୍ ଲିଙ୍ଗରାଜ ନାହାକ,ଚିତ୍ତ ଦାସ, ଅଜିତ କୁମାର ତ୍ରିପାଠୀ,ଅନିଲ କୁମାର ମହାରଣା,କବି ଅନନ୍ତ କର ପ୍ରମୁଖଙ୍କ କବିତା ଗୁଡିକୁ ଆଲୋଚନା ଚକ୍ରରେ ସମୀକ୍ଷା କରା ଯାଇଥିଲା । ସଂପ୍ରତି ସୃଷ୍ଟି ହୋଇଥିବା ଭୟଙ୍କର କୋରୋନା କାଳରେ ସାହିତ୍ୟିକ ମାନେ ନିଜ ନିଜ ସର୍ଜନା କ୍ଷେତ୍ରକୁ ଜନହିତରେ ଅଧିକ ପ୍ରସାରିତ କରିବା ପାଇଁ ମତ ପ୍ରକାଶ ପାଇଥିଲା। ଶେଷରେ ରତ୍ନାକର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।