ଭାଉଜ ପ୍ରେମ ଭାଇର ତୀର ମାଡରେ ଭାଇ ମୃତ୍ୟୁ

କେନ୍ଦୁଝର, : ଏକ ଅଭାବନୀୟ ଘଟଣା ଘଟିଛି ଆଦିବାସୀ ବହୁଳ ତେଲକୋଇ ଥାନା ଅନ୍ତର୍ଗତ କାଲିଆହତା ଫାଣ୍ଡିର ଲକ୍ଷମୀନାରାୟଣ ପୁର ଢିପା ସାହୀ ଅଞ୍ଝଳରେ ଘଟିଛି । ବଡ ଭାଇର ତୀର ମାଡରେ ସାନ ଭାଇର ମୃତ୍ୟୁ ହୋଇଥିବା ବେଳେ ଏଠାରେ ଭାଉଜ ପ୍ରେମ ମୁଖ୍ୟ ଭୁମିକା ନେଇଛି । ଏକ ବର୍ଷ ପୂର୍ବେ ସାନଭାଇ ଜିତୁ ମୁଣ୍ଡାର କାକା ପୁଅ ଭାଇ ବଡ ଭାଇ ଶଙ୍କର ମୁଣ୍ଡାର ସ୍ତ୍ରୀ ଗୁରୁବାରୀ ମୁଣ୍ଡା ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା । ଭାଇ ଶଙ୍କର ମୁଣ୍ଡା ଏ ସଂପର୍କରେ ଜାଣିବା ପରେ ସାନଭାଇ ଜିତୁ ମୁଣ୍ଡାକୁ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ନିବୃତ ରହିବାକୁ ସତର୍କ କରି ଦେଇଥିଲା । କିନ୍ତୁ ବଡଭାଇ ଶଙ୍କର ର ବାରମ୍ବାର ତାଗିତ ପରେ ମଧ୍ୟ ଜିତୁ ତାହାକୁ ଗୁରୁତ୍ୱ ଦେଇ ନଥିଲା । ବରଂ ଗତ କିଛି ଦିନ ପୂର୍ବେ ଜିତୁ ମୁଣ୍ଡା ଭାଉଜ ଗୁରୁବାରୀ ମୁଣ୍ଡାକୁ ଘରକୁ ନେଇ ଆସିବା ସହ ତାକୁ ସ୍ତ୍ରୀ ଭାବେ ରଖିଥିଲା । ଏଭଳି ଘଟଣାରେ ଶଙ୍କର ମୁଣ୍ଡା ସ୍ୱଭାବିକ ଭାବେ ଉତ୍ୟକ୍ତ ହୋଇ ପଡିଥିଲା । ଏବଂ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ରହିଥିଲା । ଶଙ୍କର ମୁଣ୍ଡା ର ଭଣଜା ଟ୍ରକ୍ଟର ଧରି ହଳ କରିବାକୁ ବିଲକୁ ଯାଇଥିଲା । ସେ ଟ୍ରାକ୍ଟଟରେ ଜିତୁ ଶ୍ରମିକ ଭାବେ କାମ କରି ଆସୁଥିବା କାରଣରୁ ଜିତୁ ତାର ନିଜ ବିଲରେ ମଧ୍ୟ ହଳ କରାଇନେବା ଉଦ୍ଦେଶ୍ୟରେ ଟ୍ରାକ୍ଟର ର ଡ୍ରାଇଭର ପାଖକୁ ଯାଇଥିଲା । କିନ୍ତୁ ଟ୍ରାକ୍ଟରେ ତେଲ ସରି ଯାଇଥିବାରୁ ଜିତୁ ବିଲରେ ହଳ କରିବା ସମ୍ବବ ହୋଇ ପାରୁ ନଥିବାରୁ ଡ୍ରାଇଭର ମନା କରି ଦେଇଥିଲା । ଫଳରେ ଟ୍ରାକ୍ଟରେ ବସି ଜିତୁ ଘରକୁ ଫେରି ଆସିଥିଲା । ଏବଂ ସବୁଦିନ ପରି ଶଙ୍କର ଘର ସମ୍ମୁଖରେ ଟ୍ରକ୍ଟର ରୁ ଓହ୍ଲାଇଲା ବେଳେ ସେଠାରେ ଛକି ରହିଥିବା ଶଙ୍କର ଭାଇ ଜିତୁ ଉପରକୁ ଛାତିକୁ ଲକ୍ଷ୍ୟ କରି ହଠାତ୍ ତୀର ମାଡ କରିଥିଲା ।ଫଳରେ ଘଟଣାସ୍ଥଳରେ ହିଁ ଜିତୁର ମୃତ୍ୟୁ ହୋଇ ଯାଇଥିଲା । ବଡ ଭାଇ ଶଙ୍କର ମୁଣ୍ଡା କାଳିଆହତା ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ