‘ ଜୀବନ ବିନ୍ଦୁ’ ଆନୁକୁଲ୍ୟରେ ୩୫ୟୁନିଟ୍ ରକ୍ତ ସଂଗ୍ରହ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):କରଞ୍ଜିଆର ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ଙ୍କ ନେତୃତ୍ୱରେ ଜିଲ୍ଲା ଛାତ୍ର ମହାସଚିବ ଚିିକୁ ଭୁଜବଳ ଏବଂ ସାଧାରଣ ସମ୍ପାଦକ ଅନିଶ୍ ମାନ୍ନାଙ୍କ ପରିଚାଳନାରେ କରଞ୍ଜିଆ ଠାରେ ରକ୍ତ ଦାନ ଶିବିର(ଜୀବନ ବିନ୍ଦୁ)ରେ ୩୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଓ ଶିଳ୍ପ ନିଗମ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି , ମୟୂରଭଞ୍ଜ ଜିଲ୍ଲା ସଭାପତି (ସଦର) ଶ୍ରୀ କାଶୀନାଥ ହେମ୍ବ୍ରମ୍, ଯୁବ ସଂଗଠକ ଗଣେଶ ମିଶ୍ର , ମୟୂରଭଞ୍ଜ ଛାତ୍ର ସଭାପତି(ସଦର) ବିକାଶ ମହାନ୍ତ , ବରିଷ୍ଟ ନେତା ଦିଲ୍ଲୀପ ସାହୁ , ପୂର୍ବତନ ନଗର ପାଳ ପ୍ରେମ ଜୀତ୍ ସାହୁ , ସନ୍ତୋଷ ମହାନ୍ତ ଯୁବ ନେତା ମହେଶ୍ୱର ନାୟକ , ରାଜେଶ ଘଣା ,ଦୀପକ ମିଶ୍ର କରଞ୍ଜିଆ ବ୍ଲକ ସଭାପତି ନଗେନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଶିବିର ରେ ସହଯୋଗ କରିଥିଲେ ବିଭୁ କଲ୍ୟାଣ ମହାନ୍ତ , ସିତଂଶୁ ମହାନ୍ତ , ବିକି ଅଲ୍ଲୀ, ସୈଫ ଅଲ୍ଲୀ , ମନୋରଞ୍ଜନ ରାୟ , ଟୁକୁ ମହାନ୍ତ ପ୍ରମୁଖ।ସମସ୍ତ ରକ୍ତଦାତାଙ୍କୁ ମୟୁରଭଂଜ ବିଜେଡି ସଦର ତରଫରୁ ଅନେକ ଅନେକ ଧନ୍ୟବାଦ।ଜୟ ନବୀନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ