ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଏକଡ଼ାଳ ଗ୍ରାମ ଛକ ନିକଟରେ ଏକ ବାଇକ ଧକ୍କାରେ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଘଟଣାରୁ ଜଣା ପଡ଼ିଛି ଯେ ଏକଡ଼ାଳ ଗ୍ରାମର ଅରକ୍ଷିତ ନାୟକ ନିଜ ଜମିରୁ ଘରକୁ ଫେରୁଥିବା ବେଳେ ନିଜ ଘର ଠାରୁ ଅଳ୍ପ ଦୂରରେ ଏକ ବାଇକ ଧକ୍କା ଦେବାଯୋଗୁଁ ଗୁରୁତର ଆହତ ହୋଇ ବୃଦ୍ଧ ଜଣକ ତଳେ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଦୁର୍ଘଟଣା ଘଟାଇ ଥିବା ବାଇକ ମଧ୍ୟ ଜବତ କରିଛନ୍ତି। ଡାକ୍ତର ଅରକ୍ଷିତଙ୍କୁ ମୃତ୍ୟୁ ଘୋଷଣା କଲା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ଦୁର୍ଘଟଣା ଘଟାଇ ଥିବା ବ୍ୟକ୍ତି ଜଣଙ୍କ ପୋଚାଲୁଣ୍ଡି ଗ୍ରାମର ବୋଲି ଜଣାପଡ଼ିଛି। ମୃତକ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ