ରାସ୍ତାର ଅବସ୍ଥା ଶୋଚନୀୟ ସ୍ଥାନୀୟବାସୀ କ୍ଷୁବ୍ଧ

ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି ଅନ୍ତର୍ଗତ ସତ୍ୟବାଦୀ ନଗର ସାହି କୁ ସଂଯୋଗ କରୁଥିବା ତଥା ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା ଦେଇ ପାଲିଆଛତ୍ରପୁର ଛକ ଠାରୁ ଆରମ୍ଭ କରି କଲେଜ ଛକ ପର୍ଯ୍ୟନ୍ତ ସଂପୃକ୍ତ ଅଂଚଳର ଲୋକେ ଯାତାୟତ କରୁଛନ୍ତି । ପ୍ରାତଃ ସମୟରେ ମଣ୍ଣିଙ୍ଗ ୱାକ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ତେବେ ଦୀର୍ଘ ବର୍ଷେ ହେଲା ଏହି ରାସ୍ତା ଖାଲ ଖଣାରେ ପରିପୂର୍ଣ୍ଣ ହେବାସହ ବର୍ଷାଦିନେ ଖାଲ ଗୁଡିକରେ ପାଣି ଜମିରହୁଛି । ଫଳରେ ଲୋକମାନେ ସାଇକେଲ ଠାରୁ ଆରମ୍ଭ କରି ବିଭିନ୍ନ ଯାନରେ ଯିବା ଆସିବା କରିବା ବେଳେ ବହୁ ଛୋଟ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏହାସହ ୨୫ରୁ ୩୦ ଜଣ ଗୁରୁତର ଆହାତ ହୋଇ ପୂର୍ବରୁ ଚିକିତ୍ସିତ ହୋଇଛନ୍ତି । ସ୍ଥାନୀୟ ଲୋକେ ଏହି ରାସ୍ତା ର ମରାମତି ନିମନ୍ତେ ବହୁବାର ଛତ୍ରପୁର ଏନଏସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଭେଟି ସେମାନଙ୍କର ସମସ୍ୟା ଜଣାଇଛନ୍ତି । ମାତ୍ର ଏହି ରାସ୍ତା କେଉଁ ବିଭାଗର ସ୍ଥିର ନହେବା ଫଳରେ ରାସ୍ତା ମରାମତି ହେବାରେ ସମାସ୍ୟା ଦେଖାଦେଇଛି । ତେବେ ଏହା ନିର୍ଦ୍ଧାରଣ ନହେବା ଫଳରେ ସ୍ଥାନୀୟ ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜିଲ୍ଲାର ସଦରମହକୁମା ହୋଇ ମଧ୍ୟ ଏହି ସହରର ଅବ୍ୟବସ୍ଥା ଅବର୍ଣ୍ଣନୀୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ