ଗାଁ ଗାଁ ବୁଲି ସୁରଟ ଶ୍ରମିକଙ୍କୁ ବୁଝାଉଛନ୍ତି ଗୁଜୁରାଟ ଓଡିଆ ସମାଜର କର୍ମକର୍ତ୍ତା

କୋଦଳା, (ଗୁଲସନ କୁମାର କର) :କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କଳ କାରଖାନା ବନ୍ଦ ହୋଇଯିବା ପରେ ବହୁତ ବାଧାବିଘ୍ନ ଦେଇ ଘରେ ପହଁଚିଥିବା ଶ୍ରମିକଙ୍କୁ ବୁଝାଇବାକୁ ଗଂଜାମ ଆସିଛନ୍ତି ଗୁଜରାଟରେ କାମ କରୁଥିବା ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କର୍ମକର୍ତା । ବୁଧବାର ଗଂଜାମର କୋଦଳା ଅଂଚଳର ଫାଶୀ, ତିରିଡା ସମେତ ଅନେକ ଗାଁ ବୁଲି ସୁରତରୁ ଫେରିଥିବା ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ।ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର କର୍ମକର୍ତାମାନେ ଶ୍ରମିକଙ୍କୁ ବୁଝାଉଛନ୍ତିି ଯେ ଏଥର ସୁରତ ଫେରିଲେ ଯେଭଳି କିଛି ସମସ୍ୟା ହେବନାହିଁ, ଯଦି ସବୁ ସୁରଟ ଶ୍ରମିକ ଏକତ୍ରୀତ ହୋଇ ଦାବି କରିବେ। ଶ୍ରମିକ ମାନଙ୍କ ସମସ୍ୟାକୁ ଉଭୟ କାରଖାନା ମାଲିକ, ଓଡ଼ିଶା ଓ ଗୁଜରାଟ ସରକାର ବୁଝିବା ଦରକାର । ପ୍ରତ୍ୟେକ ବେସରକାରୀ କମ୍ପାନୀରେ ସରକାରଙ୍କ ନିୟମ ପାଳନ ହେବା ଆବଶ୍ୟକ। ଯେପରିକି ଇପିଏଫ୍, ଇଏସଆଇ ଓ ଜବ୍ ଗ୍ୟାରେଂଟି ଦେଲେ ଯାଇ ଶ୍ରମିକମାନେ ଫେରିବା କଥା ଚିନ୍ତା କରିବେ । ସରକାର ଶ୍ରମିକଙ୍କର ପଂଜିକରଣ କରନ୍ତୁ ଏବଂ ସୁରତରେ ନୋଡାଲ ଅଫିସର ନିଯୁକ୍ତି କରିବା ନେଇ ଦାବି କରାଯିବ। ଏପଟେ ବିନା ସର୍ତରେ ସୁରଟ ଫେରିବାକୁ ନାରାଜ ଗଂଜାମ ଜିଲ୍ଲାର ପ୍ରବାସୀ ଶ୍ରମିକ । ଯେଉଁ କଂପାନୀକୁ ଝାଳ ବୁହାଇ ଗଢ଼ିଥିଲେ, କରୋନା ବିପଦ ବେଳେ ସେହି କଂପାନୀ ସେମାନଙ୍କୁ ପର କରି ଦେଇଥିଲା । ଏବେ କାରଖାନା ଖୋଲିବା କଥା ଆସିବାରୁ ଶ୍ରମିକଙ୍କ କଥା ମନେ ପଡିଛି କଂପାନୀ ମାଲିକଙ୍କର । କିନ୍ତୁ ପ୍ରବାସୀ ଶ୍ରମିକଙ୍କ ଦାବି ପ୍ରଥମେ ପଂଜିକରଣ କର, ବୀମାଭୁକ୍ତ କର, ଚାକିରିର ଗ୍ୟାରେଂଟି ଦିଅ, ଏହା ପରେ ଫେରିବୁ ସୁରତକୁ । ନହେଲେ ରାଜ୍ୟ ସରକାର ସେମାନଙ୍କୁ କାମ ଦିଅନ୍ତୁ ବୋଲି ଦାବି କରିଛନ୍ତି ପ୍ରବାସୀ ଶ୍ରମିକ । ଗଂଜାମ ଜିଲ୍ଲାରୁ ଲକ୍ଷ ଲକ୍ଷ ଶ୍ରମିକ ସୁରତର ସୂତାକଳ ଓ ଅନ୍ୟାନ୍ୟ କଂପାନୀରେ କାମ କରିଥାନ୍ତି । ହେଲେ ସରକାର ଓ ପ୍ରଶାସନ ପାଖରେ ସେମାନଙ୍କର ହିସାବ ନାହିଁ । ଓଡ଼ିଶା ସରକାର ଓ ଗୁଜୁରାଟ ସରକାର ହିସାବ ରଖି ନାହାଁନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ