ଧଳାଜହରର କାୟାବିସ୍ତାର

ଜଳେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ବାଲାଂଦେଶରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିଛି ଧଳାଜହର ଚାଲଣ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ଷ୍ଟକ ମାଲ ରଖାଯାଇ ଚାଲଣ କରାଯାଉଥିବା ଜଣାପଡିଛି । ସେହିକ୍ରମରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଧଳାଜହର ମହଜୁଦ କରାଯିବାପରେ ରାକେଟର ମାଷ୍ଟର ମାଇଣ୍ଡ ସେଗୁଡିକର ଚାଲଣ ପାଇଁ ପ୍ଲାନିଂ ପ୍ରସ୍ତୁତି କରୁଥିଲେ ମଧ୍ୟ ଏସବୁ ସଂପର୍କରେ ପ୍ରଶାସନ ନିକଟରେ ତଥ୍ୟ ଥିବା ସତ୍ତ୍ୱ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ପୋଲିସ ପ୍ରଶାସନ ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ସୁଚନାପ୍ରକାରେ , ବାଲାଂଦେଶର ସୀମା ଲଘଂନ କରି ଏକ ରାକେଟ ଧଳାଜହର ଅନ୍ୟାୟସରେ ବର୍ଦ୍ଧମାନ , ଖଡଗପୁର, କୋଲକାତା ନିର୍ଦ୍ଧିଷ୍ଟ ଅଞ୍ଚଳକୁ ପଠାଉଛି । ସେଠାରୁ ରେଳ, ବାଇକ, କାର ଇତ୍ୟାଦି ଯୋଗେ ଜଳେଶ୍ୱରକୁ ଏହି ବ୍ରାଉନସୁଗାର ଅଣାଯାଇ ଗୁପ୍ତରେ ରଖାଯାଇ ସେଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପର୍ଯ୍ୟାୟ କ୍ରମେ ଚାଲଣ କରାଯାଉଛି । କେତେକ ସମୟରେ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ ଫଳରେ ଏହି ଘଟଣାରେ ଜଳେଶ୍ୱର ଅଞ୍ଚଳର ବ୍ୟକ୍ତିମାନେ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି । ପୋଲିସ ସ୍ଥାନୀୟ କ୍ଷୁଦ୍ର ମାଦ୍ରକ୍ୟ ଦ୍ରବ୍ୟ ବ୍ୟବସାୟୀଙ୍କ ଉପରେ ଚଢାଉ କରି ବାହାବ୍ୟ ନେଉଥିବା ବେଳେ ଏସବରୁ ମାଷ୍ଟର ମାଇଣ୍ଡକୁ ଧରିବାରେ ବିଫଳ ହୋଇଛି । ଫଳରେ ନିଶା ବ୍ୟବସାୟୀ ଅନାୟଶରେ ଦିନ ଦ୍ୱିପହରରେ ସେମାନଙ୍କର କାୟାବିସ୍ତାର କରିଚାଲିଛନ୍ତି । ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ସ୍ଥାନୀୟ ପ୍ରଶାସନ ସହାୟତାରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ କିଛି ମାଦକ ଦ୍ରବ୍ୟ ଜବତ କରିନପାରି ନିଷ୍ଫଳ ହୋଇ ଫେରିଥିଲେ, ଯାହା ଗୁଇନ୍ଦା ବିଭାଗକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଳେଶ୍ୱରରେ ଥିବା ଏହାର ମାଷ୍ଟର ମାଇଣ୍ଡ ଧରିପାରିଲେ ସମସ୍ତ ଗୁମର କଥା ଫିଟିବ , ମାତ୍ର ମାଷ୍ଟର ମାଇଣ୍ଡ କିଛି ପ୍ରଶାସନିକ ଛତ୍ରଛାୟା ତଳେ ରହୁଥିବାରୁ ତାହାକୁ ଧରିବାରେ ଗୁଇନ୍ଦା ବିଭାଗ ଖୁବଶୀଘ୍ର ପଦକ୍ଷେପ ନେଇ ଏପରି ଅପରାଧକୁ ସବୁଦିନ ପାଇଁ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ