ରାଜ୍ୟସ୍ତରୀୟ ବ୍ରାହ୍ମଣ ମହାସମାବେଶ ଓ ଶୋଭାଯାତ୍ରା ଅନୁଷ୍ଠିତ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତି ପକ୍ଷରୁ ଶତାଧିକ ବ୍ରାହ୍ମଣମାନଙ୍କର ଏକ ବୈଦିକ ଶୋଭାଯାତ୍ରା ଦିବା ୧୧ଘଟିକା ସମୟରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରୁ ବାହାରି ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଡାକ୍ତର ଶ୍ରୀଶ କୁମାର ଦାଶଙ୍କ ସଭାପତିତ୍ୱରେ ଗାନ୍ଧିସ୍ମୃତିଭବନଠାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା ବ୍ରାହ୍ମଣ ଓ ରାଜ୍ୟସ୍ତରୀୟ ବ୍ରାହ୍ମଣମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟ ବ୍ରାହ୍ମଣ ମହାସଭାର କର୍ମକର୍ତ୍ତା ପ୍ରଫେସର ଡ. ଶରତ ଚନ୍ଦ୍ର ମହାପାତ୍ର, ବିଷ୍ଣୁମୋହନ ପଣ୍ଡା, ନିରଞ୍ଜନ ଦାଶ, ପୀତବାସ ପଣ୍ଡା, ପଶ୍ଚିମବଙ୍ଗର ଗୋସ୍ୱାମୀ ମହୋଦୟ ପ୍ରମୁଖ ବ୍ରାହ୍ମଣମାନେ ସଂଗଠନକୁ ଶକ୍ତିଶାଳୀ କରି ଦାବିହାସଲ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାସ୍ତରୀୟ କର୍ମକର୍ତ୍ତା କାର୍ଯ୍ୟକାରୀ ସଭାପତି ଡ. କ୍ଷିତୀଶ୍ୱର ଦାଶ, କୃଷ୍ଣଚନ୍ଦ୍ର ପତ୍ରୀ ଓ ଶକ୍ତିପଦ ପଣ୍ଡା (ଉପସଭାପତି), ରାଜ୍ୟସ୍ତରୀୟ ବ୍ରାହ୍ମଣ ସମ୍ମିଳନୀ ତୁରନ୍ତ ଡାକି ବ୍ରାହ୍ମଣମାନଙ୍କ ସମସ୍ୟା ଆଲୋଚନା କରିବାକୁ ଦାବି କରିଥିଲେ । ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ତୁରନ୍ତ ‘ବ୍ରାହ୍ମଣ ଉନ୍ନୟନ ନିଗମ’ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅବସରରେ ପଣ୍ଡିତ ବାଞ୍ଛାନିଧି ପତି ଓ ଭୋଳାନାଥ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ବ୍ରାହ୍ମଣ ସମିତିର ମୁଖପତ୍ର ‘ବ୍ରହ୍ମଶକ୍ତି’ ଲୋକାର୍ପିତ ହୋଇଥିଲା । ଗୋପାଳଚନ୍ଦ୍ର ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୁଲଳିତ କଣ୍ଠରେ ବେଦପାଠ କରିଥିଲେ । ପଣ୍ଡିତ ପ୍ରଦୀପ ମିଶ୍ର ସଂଯୋଜନା କରିଥିବାବେଳେ ସର୍ବେଶ୍ୱର ପତି (ଯୁଗ୍ମ ସଂପାଦକ) ମଞ୍ଚଆହ୍ୱାନ କରିଥିଲେ । ସଂପାଦକ ଗୌରଚନ୍ଦ୍ର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ରାଧାକୃଷ୍ଣ ଆଚାର୍ଯ୍ୟ ଆୟବ୍ୟୟ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଲକ୍ଷ୍ମୀଧର ମହାପାତ୍ର, ଭୃଗୁରାମ କର, କ୍ଷିତିଶ ଚନ୍ଦ୍ର ପଣ୍ଡା, ସରୋଜ ଷଡ଼ଙ୍ଗୀ, ହରେକୃଷ୍ଣ ପଣ୍ଡା, ବୁଦ୍ଧିରାମ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ହରିବନ୍ଧୁ କର, ନିରାକାର ଦାଶ, ସୁଶାନ୍ତ ପାଣିଗ୍ରାହୀ ଓ ବୈଦ୍ୟନାଥ ଆଚାର୍ଯ୍ୟ ପ୍ରମୁଖ ବ୍ରାହ୍ମଣ ସଂଗଠନକୁ ତୃଣମୂଳ ସ୍ତରରୁ ଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଅଧ୍ୟାପକ କମଳାକାନ୍ତ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।