ପୂର୍ବତନ କାଉନସିଲର ତଥା ବିଶିଷ୍ଟ ସମାଜସେବୀ ମିହିର ଦାସଙ୍କ ପରଲୋକ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ପୁରୁଣାଘାଟିର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ କାଉନସିଲରଙ୍କର ବୁଧବାର ରାତିରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ସେ ଜଣେ ମିଷ୍ଟଭାଷୀ ,ମେଳାପି, ପରୋପକାରୀ ବ୍ୟକ୍ତି ଥିଲେ । ପରୋପକାରକୁ ଜୀବନର ବ୍ରତ ଧରି ନେଇଥିଲେ । ରାଇରଙ୍ଗପୁର ଅଂଚଳର ବିଶେଷତଃ ରୋଗୀମାନଙ୍କର ସେ ଥିଲେ ମିତ୍ର ।ଯାହାର କେହି ନାହିଁ ତାଙ୍କର ମିହିର ଭାଇ ଅଛି । ସମସ୍ତ ଅସହାୟ ରୋଗୀମାନଙ୍କୁ ନେଇ ସେ କଟକ, ଭୁବନେଶ୍ୱର ନେଇ ସେଠାରେ ଚିକିତ୍ସାରେ ସହଯୋଗ କରୁଥିଲେ । ତାଙ୍କର ମୃତ୍ୟୁରେ ରାଇରଙ୍ଗପୁର ରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ମୋରଡା ବିଧାୟକ ରାଜକିଶୋର ଦାସ (ରାଜୁ ଭାଇ) ଯେତେବେଳେ ରାଇରଙ୍ଗପୁର ମ୍ୟୁନିସିପାଲଟି ଅଧ୍ୟକ୍ଷ ଥିଲେ ସେତେବେଳେ ମିହିର ଭାଇ ଥିଲେ କାଉନସିଲର।ସୁଧୁରିବାରେ ମୋରଡାରୁ ବିଧାୟକ ରାଜୁବାବୁ ଛୁଟି ଆସିଥିଲେ ତାଙ୍କର ସାଥୀଙ୍କୁ ଶେଷ ଦର୍ଶନ ଦେବା ସହ ଶ୍ରଦ୍ଧାଂଜଳି ଦେବାପାଇଁ । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ବିଜେପି ରାଜ୍ୟ ସଂପାଦକ ନବିନ ରାମ, ମୟୂରଭଂଜ ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ବରିଷ୍ଠ ବିଜେଡି ନେତା ପାର୍ଥସାରଥୀ କବି, ସରକାରୀ ଏପିପି ପଙ୍କଜ ଦାସ ,ରତୀକାନ୍ତ ପରୀକ୍ଷା,ପବନ ଅଗ୍ରୱାଲ, ଜଗନ୍ନାଥ ବଳ, ବିଜୟ ଅଗ୍ରୱାଲ, ବୁଲୁ ପଟ୍ଟନାୟକ,ଦିପ୍ତୀମାନ ବଳ,କମଳେଶ ବଳ,ଦିପୁ ବଳ,ବଂଧନ ବଳ,ବିଜନ ବରାଳ,ଲିଟୁ ଦାସ,ବିଟୁ, ସିଲୁ ଦାସ ପ୍ରମୁଖ ବହୁ ଶୁଭେଚ୍ଛୁ, ଜ୍ଞାତି ପରିଜନ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିବା ଏବଂ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ‌ । ରାଇରଙ୍ଗପୁର ଶ୍ମଶାନ ଘାଟରେ ମୋରଡା ବିଧାୟକ ରାଜକୂ ଦାସ ଏବଂ ମୟୂରଭଂଜ ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ ପ୍ରମୁଖ ଶ୍ମଶାନଘାଟରେ ଉପସ୍ଥିତ ରହି ସାଥିଙ୍କର ଶେଷକୃତ୍ୟ ସମ୍ପନ୍ନ କରାଇବାରେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ