ଜନସେବକ ଫାଉଣ୍ଡେସନ ପକ୍ଷରୁ ନଦୀବନ୍ଧ ସଫେଇ କାର୍ଯ୍ୟକ୍ରମ

ହାଟଡ଼ିହି, (ଓ୍ବାଇଏନ୍ଏସ୍) : ପଞ୍ଚୁଗୋଛିଆ ଗ୍ରାମ ପଞ୍ଚାୟତର ସାମାଜିକ ଅନୁଷ୍ଠାନ ଜନସେବକ ଫାଉଣ୍ଡେସନ ଓ ମିଡିଆ ପାର୍ଟନର ମୁଗୁପୁର ସମାଚାର ପକ୍ଷରୁ ଯଶୋବନ୍ତପୁର ଗ୍ରାମର ନଦୀବନ୍ଧ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ମଦନ ମୋହନ ପାଢ଼ୀଙ୍କ ଆହ୍ୱାନ କ୍ରମେ ଯଶୋବନ୍ତପୁର ଗ୍ରାମର ଆଗ୍ରହୀ ଯୁବକମାନେ ଏହି ଜନହୀତକର କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ନଦୀବନ୍ଧ କଡରେ କୁଢ଼କୁଢ଼ ହୋଇ ପଡିଥିବା ଅଇଳା ଆବର୍ଜନା ଓ ଅଦରକାରୀ ନଟାସବୁକୁ ପରିଷ୍କାର କରିଥିଲେ । ଗ୍ରାମବାସୀମାନଙ୍କୁ ନିଜ ନିଜ ଘରର ଅଇଳା ଆବର୍ଜନାକୁ ରାସ୍ତା କି ବନ୍ଧକଡରେ ନପାକାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାପାଇଁ ଶପଥପାଠ କରାଇବା ସହ ଲୋକଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଯୁବକ ମାନଙ୍କ ଏତାଦୃଶ ଉତ୍ସାହ ମନୋଭାବକୁ ଭୂୟସୀ ପ୍ରସଂଶା କରିିବା ସହିତ ଆଗାମି ଦିନରେ ଏହିପରି ଜନମଙ୍ଗଳ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଉପସଭାପତି ଅଭିମନ୍ୟୁ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ସୁମନ୍ତ କୁମାର ଦାସ, କୋଷାଧ୍ୟକ୍ଷ ବିଶ୍ୱଜିତ ଦାଶ, ପ୍ରଦୀପ କୁମାର ସାହୁ, ଯଶୋବନ୍ତପୁର ଗ୍ରାମ୍ୟ ଯୁବ କମିଟିର ସଂଯୋଜକ ସୁଶାନ୍ତ କୁମାର ସାହୁ, ସହ ସଂଯୋଜକ ଅଜିତ କୁମାର ରଣା, ପ୍ରଫୁଲ ସାହୁ, କଳାକାର ପଣ୍ଡା, ତପନ କୁମାର ସେଠୀଙ୍କ ସମେତ ବହୁ ଯୁବକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶେଷରେ ଅନୁଷ୍ଠାନର ଆବାହକ ମୋହନ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ