ରାଜପଥରେ ଅଟକି ଥିବା ଟ୍ରକ ଯାତାୟତ ସୁବିଧା ପାଇଁ ବିଜେପି କର୍ମୀ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଜାତୀୟ ରାଜପଥରେ ଅଟକି ଥିବା ଟ୍ରକ ଗୁଡିକର ଯାତାୟତ ସୁବିଧା କରିବା ସକାଶେ ଆଜି ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଯୁବନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀଙ୍କୁ ସାକ୍ଷାତ କରି ପ୍ରଦାନ । ଏହି ସ୍ମାରକ ପତ୍ରରେ ଦର୍ଶାଇଛନ୍ତି ଯେ ଆଜକୁ ଦୀର୍ଘଦିନ ହେଲା ଗୋପାଳପୁର ପୋର୍ଟକୁ ବିଭିନ୍ନ ଜାଗାରୁ ଲୁହାପଥର, କଳାପଥର ଏବଂ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ ଟ୍ରକ ଆଇ.ଆର.ଇ କଲୋନୀ ରାସ୍ତାଦେଇ ଯାତାୟତ କରିବାରୁ ନାନା ସମସ୍ୟା ଉପୁଜିଥିଲା । ଯାହାଫଳରେ ସ୍ଥାନୀୟ ଲୋକଙ୍କ ଆପତି ଅଭିଯୋଗ ପରେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ଗୁଡିକର ବନ୍ଦ କରିଦିଆଗଲ।। ସେହି ଦିନ ଠାରୁ ଉକ୍ତ ମାଲ ବୋଝେଇ ଟ୍ରକ ଯାହାର ଓଜନ ପ୍ରାୟ ୩୦ରୁ ୪୦ ଟନ୍ ହେବ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ରାସ୍ତାକୁ ଅବରୋଧ କରି ଠିଆ ହୋଇରହିଅଛି । ଏହି କାରଣରୁ ଜାତୀୟ ରାଜପଥରେ ଯାନବାହାନ ଯାତାୟତରେ ବାଧା ଉପଜିବା ସଙ୍ଗେ ସଙ୍ଗେ ଦୁର୍ଘଟଣା ଘଟିବାର ସମ୍ଭବାନ ରହିଅଛି ଏବଂ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଘଟଣାର ଅନୁସନ୍ଧାନ କରି ଅତିଶୀଘ୍ର ଅଟକି ରହିଥିବା ଭାରୀ ଯାନଗୁଡିକର ଯାତାୟତ ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଭାରତୀୟ ଜନତା ପାର୍ଟିର କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଶ୍ରମିକ ନେତା ବିଜୟ ମୁଦୁଲି, ଛତ୍ରପୁର ମଣ୍ଡଳ ସଂପାଦକ ବସନ୍ତ କୁମାର ବେହେରା, ଯୁବନେତା କେ.ରଘୁନାଥ ରେଡ୍ଡୀ, ଜି.ମନୋଜ ରେଡ୍ଡୀ, ଡି.ସୁରେଶ ରେଡ୍ଡୀ, ସନ୍ତ ରାଉଳଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଯେ, ଗୋପାଳପୁର ପୋର୍ଟକୁ ଭାରୀଯାନ ଚଳାଚଳକୁ ବିରୋଧ କରି ଗତ ୧୩ ତାରିଖ ଠାରୁ କାଳିଆବାଲି ଛକ ଓ ମାଟିଖାଲ ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି । ଗତ ୧୫ ତାରିଖରେ ଜିଲ୍ଲା ପ୍ରଶାସନ, ପୋର୍ଟ ଓ ଆଇଆଇର କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀଙ୍କ ତ୍ରିପାକ୍ଷିକ ବୈଠକରେ ରାସ୍ତାରେ ବର୍ତ୍ତମାନ ସ୍ଥିତିରେ ଜାତୀୟ ରାଜପଥରେ ଅଟକିଥିବା ଗାଡି ଛାଡିବାକୁ ନିଷ୍ପତ୍ତି ହୋଇଥିଲା । ଏହା କେବଳ ରାତି ୮ ଟା ରୁ ଭୋର ୫ ଘଣ୍ଟା ସମୟ ମଧ୍ୟରେ କାଳିଆବାଲି ଛକଠୁ ମାଟିଖାଲ ରାସ୍ତା ଏବଂ ପୁରୁଣାଛତ୍ରପୁର ଦେଇ ପୋର୍ଟ ରାସ୍ତା ଦେଇ ଯାନବାହାନ ଗୁଡିକ ଚଳାଚଳ ହେବ । ଆସନ୍ତା ୨୧ କିମ୍ବା ୨୨ ତାରିଖରେ ପୁଣି ଏକ ତ୍ରିପାକ୍ଷିକ ବୈଠକ ପରେ ପରବର୍ତ୍ତୀ ନିଷ୍ପତ୍ତି ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ