ସରଦାପୁର ଗ୍ରାମକୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସରଦାପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସରଦାପୁର ଗ୍ରାମକୁ ତେଲେଙ୍ଗାନାରୁ ଆସି ବୋମିକା ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିବାପରେ ଜଣେ ପ୍ରବାସୀ ଗ୍ରାମକୁ ଫେରି ଆସିଥିଲେ । କିଛି ଦିନ ଗଲାପରେ ଅସୁସ୍ଥ ହେବାରୁ ତାଙ୍କର ସ୍ୱାବ ପରୀକ୍ଷା କରିବାପରେ ତାଙ୍କର କରୋନା ପଜିଟିଭ୍ ବାହାରିଥିଲା । ଗ୍ରାମକୁ ଆସିଲାପରେ କିଛି ଦିନ ଜମିବାଡି କାର୍ଯ୍ୟ କରିଥିଲେ । ସଂପୃକ୍ତ ବ୍ୟକ୍ତି ଗ୍ରାମରେ ବିଭିନ୍ନ ସ୍ଥାନକୁ ବୁଲିଥିବାର ଅଙ୍ଗନବାଡି କର୍ମୀମାନେ ଏବଂ କିଛି ଭଦ୍ର ବ୍ୟକ୍ତି ପ୍ରକାଶ କରିଥିଲେ । ତେଣୁ ତାଙ୍କୁ ତୁରନ୍ତ ରାଜସୀତାପୁର ସ୍ଥିତ କୋଭିଡ୍ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ଜାରି ରହିଛି । ସରଦାପୁର ଗ୍ରାମକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଏବଂ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମର ଦୁଇ ପ୍ରବେଶ ପଥରେ ବେରିକେଟ ଦ୍ୱାରା ସିଲ୍ କରିଛନ୍ତି । ଗୁରାଣ୍ଡି ମେଡିକାଲ ଅଧିକାରୀ ଡାକ୍ତର ପତିତ ପାବନ ବାରିକ ଏବଂ ବାଘଶଳା ମେଡିକାଲ ଟିମ୍ ସେଠାରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ସଜାଗ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ