ଶ୍ରମକାର୍ଯ୍ୟାଳୟର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବି
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟର ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରାଯିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ସଙ୍ଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିରେ କରୋନା ମୁକାବିଲା କରାଯିବ. ରାଜ୍ୟକୁ ବିକାଶ କରାଇବାରେ,ଲୋକସେବା କ୍ଷେତ୍ରରେ ଏବଂ ଆମରାଜ୍ୟକୁ ସାରା ପୃଥିବୀରେ ପରିଚିତ କରାଇବାରେ ଦେଶର ଏକନମ୍ବର ମୁଖ୍ୟମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଦେଶରେ ସର୍ବାଗ୍ରେ ରହିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଶରେ ଅଦ୍ୱିତୀୟ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପରିସ୍ଥିତିରେ ଶ୍ରମ କାର୍ଯ୍ୟାଳୟମାନଙ୍କରେ ନିୟୋଜିତ ଅସ୍ଥାୟୀ ଓ ସ୍ଥାୟୀ କର୍ମଚାରୀମାନେ ନିଜକୁ ବିପନ୍ନକରି ଜରୁରୀକାଳୀନ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କୁ କୈାଣସି କାରଣରୁ କରୋନା ଯୋଦ୍ଧା ଭାବେ ଗ୍ରହଣ କରାଯାଇନାହିଁ । ତେଣୁ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଗଲେ ସେମାନଙ୍କ ମନୋବଳ ଆହୁରି ସୁଦୃଢ ହେବା ସହିତ ସେମାନେ ଆହୁରି ନିଷ୍ଠାପର ଭାବେ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି ଦାବିକରି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ।


