‘ସହାୟକ’ ଅନୁଷ୍ଠାନ ପକ୍ଷରୁ ବନ ମହୋତ୍ସବ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହାୟକ’ ପକ୍ଷରୁ ରବିବାର ଦିନ ଶେରଗଡ଼ ନିକଟସ୍ଥ ଶ୍ରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ବନ ମହୋତ୍ସବ ପାଳନ କରାଯାଇଅଛି । ଆଶ୍ରମର ମୁଖ୍ୟ ଭାଗବତ ପ୍ରସାଦ ମହାନ୍ତି ଓ ‘ସହାୟକ’ର ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ ଆଶ୍ରମ ପରିସରରେ ଦୁଇଟି ଫଳଚାରା ରୋପଣ କରି ମହୋତ୍ସବକୁ ଉଦ୍ଘାଟନ କରିଥିଲେ ଓ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ପରିବେଶର ସୁରକ୍ଷା ଓ ସନ୍ତୁଳନ ପାଇଁ ପ୍ରତ୍ୟେକ ବ୍ୟକ୍ତି ବୃକ୍ଷରୋପଣ କରିବା ଆବଶ୍ୟକ । ଅନୁଷ୍ଠାନର ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ବରିଷ୍ଠ ସଭ୍ୟ ବଂଶୀଧର ମହାପାତ୍ର, ଦିବାକର ମହାପାତ୍ର, ସଂପାଦକ ଇଂ. ବନମାଳି ନାୟକ ଆଶ୍ରମର ଟ୍ରଷ୍ଟି ମହେଶ୍ୱର ରାଉତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ଅନୁଷ୍ଠାନର ସଭ୍ୟ ବନବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶଶାଙ୍କ ଶେଖର ଦତ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାଗୁଆନ, ଆମ୍ବ, ସପେଟା, ଅଂଳା, ଲିଚୁ ଆଦି ୫୦ଟି ଚାରା ରୋପଣ କରାଯାଇଥିଲା । ଅନୁଷ୍ଠାନ ତରଫରୁ ୧୧ବର୍ଷ ଧରି ବନମହୋତ୍ସବ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟି ଅଜିତ୍ କୁମାର ବରାଳ, ରତିକାନ୍ତ ବେହେରା, ପ୍ରଫୁଲ୍ଲ କୁମାର ସେଠୀ, ‘ସହାୟକ’ ତରଫରୁ ସୁରେନ୍ଦ୍ର ପ୍ରସାଦ ଧଳ, ଶିବ ପ୍ରସାଦ ବେହେରା, ଡଃ ତାରାକାନ୍ତ ନନ୍ଦ, ଲୋକନାଥ ଆଚାର୍ଯ୍ୟ, ଶ୍ରୀରାମ ପ୍ରସାଦ ଦାଶ, ଅରୁଣା ରାୟ, ପ୍ରଣୀତା ମିଶ୍ର, ସାବିତ୍ରୀ ଦାସ, ଗଙ୍ଗାଧର ପୃଷ୍ଟି, ସରୋଜ କୁମାର ଚାନ୍ଦ, ଅକ୍ଷୟ ତ୍ରିପାଠୀ, ଯଶୋଦାନନ୍ଦନ ଆଶ, ସୁରେନ୍ଦ୍ର ପ୍ରସାଦ ନାୟକ, କେଶବ ମହାନ୍ତି, ରାମଚନ୍ଦ୍ର୍ର ନାୟକ, ସମର ବଲ୍ଲଭ ଭୋଇ, ରାଜେନ୍ଦ୍ର ରାଉତ, ବେଣୁଧର ପାଳ, ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ହୃଷିକେଶ ସାହୁ, ବସନ୍ତଲତା ପଟ୍ଟନାୟକ, ଭବେଶ ଚନ୍ଦ୍ର ପଣ୍ଡା, ଦାମୋଦର ନାୟକ, ରବୀନ୍ଦ୍ର ପ୍ରହରାଜ, ବିଷ୍ଣୁ ଚରଣ ପାଢ଼ୀ, ପ୍ରଭୁ ଦୟାଲ ରାମ, ସେକ୍ ଆଲ୍ଲାଉଦ୍ଦିନ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ