ଭଞ୍ଜନଗର ବହୁ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ୍ ଘୋଷିତ

ଭଞ୍ଜନଗର,( ସନ୍ତୋଷ କୁମାର ଜେନା):   ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା  ପଜିଟିଭ  ବାହାରିବା ପରେ   , ଆଜି  ଗଞ୍ଜାମ  ଜିଲ୍ଲାପାଳ ଶ୍ରୀ  ବିଜୟ ଅମୃତ କୁଲାଙ୍ଗେ    ଭଞ୍ଜନଗର  ଏନ. ଏ. ସି ଏବଂ  ଏହାର ପାର୍ଶ୍ୱବର୍ତ୍ତୀ  ଅଞ୍ଚଳକୁ  କଣ୍ଟାଇନମେଣ୍ଟ ଏଵଂ  ବୋଫର  ଜୋନ  ଘୋଷଣା  କରିଛନ୍ତି |  ଏହାକୁ  ଦୁଷ୍ଟିରେ  ରଖି  ଭଞ୍ଜନଗର  ଉପଜିଲ୍ଲାପାଳ ଶ୍ରୀ  ରାଜେନ୍ଦ୍ର ମିଂଜ଼ ଏକ  ସମୀକ୍ଷା  ବୈଠକ  କରିଛନ୍ତି  | ବୈଠକରେ  ଥାନା  ଅଧିକାରୀ  ସୁଦୀପ୍ତ ସାହୁ,  ତହସିଲଦାର  ଆଲୋକ  କୁମାର ପ୍ରଧାନ,  ମେଡିକାଲ ସୁପାରିଟେଣ୍ଡେଟ  ସୀତାଂଶୁ  ଶତପଥି,  ଏନ. ଏ. ସି  ଇ. ଓ  ଶ୍ରୀ ଆଚାର୍ଯ୍ୟ . ଉପଖଣ୍ଡ  ପଂଚାୟତ  ଅଧିକାରୀ  ପ୍ରହଲ୍ଲାଦ  ପ୍ରଧାନ  ଏଵଂ ଭଞ୍ଜନଗର  ସି. ଡି. ପି. ଓ ଉପସ୍ଥିତ ଥିଲେ  | କଣ୍ଟାଇନମେଣ୍ଟ ଏଵଂ ବୋଫର ଜୋନ ରେ  କିପରି  ନିଜ  ନିଜ କାର୍ଯ୍ୟ  ସୁରୁଖୁରୁରେ କରିବା  ସହ  ସଜାଗ  ରହିବେ ସେଥିପ୍ରତି  ଦୁଷ୍ଟି  ଦେବାକୁ  ଅଧିକାରୀଙ୍କୁ  ପରାମର୍ଶ ଦେଇଥିଲେ  | ପରେ  ଉପଜିଲ୍ଲାପାଳ  ଅଧିକାରୀ  ମାନଙ୍କ  ସହ  ଭଞ୍ଜନଗର  ଏନ. ଏ. ସି  ଅନ୍ତର୍ଗତ  ଘୋଷିତ  କଣ୍ଟାଇନମେଣ୍ଟ  ଏଵଂ ବୋଫର ଜୋନ  ତଦାରଖ  କରିଥିଲେ  | କଣ୍ଟାଇନମେଣ୍ଟ  ଏଵଂ  ବୋଫର ଜୋନ  ରେ  କୌଣସି  ଦୋକାନ  ଖୋଲା ହେବ  ନାହିଁ | ଅତି  ଜରୁରୀ  ଜିନିଷ  ଏନ. ଏ. ସି  ତରଫରୁ  ବ୍ୟବସାୟୀ ମାନଙ୍କ  ତାଲିକା  ପ୍ରସ୍ତୁତ  କରି ସମ୍ପୃକ୍ତ  ଅଂଚଳରେ  ବିକ୍ରି  କରିବା  ବ୍ୟବସ୍ଥା  କରିବେ  |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ