ତୈଳ ଦର ବୃଦ୍ଧି ପ୍ରତ୍ୟାହାର ନେଇ କଂଗ୍ରେସର ସ୍ମାରକ ପତ୍ର ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ତୈଳ ଦର ବୃଦ୍ଧିକୁ ପ୍ରତ୍ୟାହାର କରିବା ନେଇ ବନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ବିଡିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କରୋନା କଟକଣା ମଧ୍ୟରେ ସରକାରୀ ନିୟମକୁ ପାଳନ କରି ଭଣ୍ଡାରିପୋଖରୀ କଂଗ୍ରେସ ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସରକାରୀ ବିରୋଧି ସ୍ଲୋଗାନ୍ ଦେଇ କେନ୍ଦୁଆପଦା ଛକରୁ ବାହାରି ବଜାର ପରିକ୍ରମା କରି ବ୍ଲକ ପରିସରରେ ବିଡିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବିଶ୍ୱ କରୋନା ମହାମାରୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ତୈଳ ଦର ବୃଦ୍ଧି କରାଇ ସାଧାରଣ ଲୋକଙ୍କ ଉପରେ ଅଯଥା ବୋଝ ଲଦି ଦେଇଛନ୍ତି । ଯାହାଫଳରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପାଇବା ସହ କୃଷକ ମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । କାର୍ଯ୍ୟକ୍ରମରେ ୧୬ନଂ.ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ପ୍ରଦ୍ୟୁମ୍ନ ଦାସ, ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ରାଜ କିଶୋର ପଣ୍ଡା, ରାହୁଲ୍ ଅମିନ୍ ସିଦ୍ଧିକ୍, ଜ୍ୟୋତି ରଞ୍ଜନ ନାୟକ, ବିଜୟ ଜେନା, ହରିହର ମଣ୍ଡଳ, ରବିନାରାୟଣ ମହାନ୍ତି, ସୁରେନ୍ଦ୍ର ଜେନା, ସତ୍ୟବାନ ଦାସ, ବସନ୍ତ କର, ମାର୍କଣ୍ଡ ବେହେରା, ମନୋରଞ୍ଜନ ମହାପାତ୍ର, କୈଳାସ ଚନ୍ଦ୍ର ଜେନା, ଭଗବାନ ଜେନା, ମାଳିରାମ ବେହୁରିଆ, ଦେବେନ୍ଦ୍ର ଜେନା, ଜଗବନ୍ଧୁ ବେହେରା, ଶ୍ୟାମ ସୁନ୍ଦର ଦାସ, କାର୍ତ୍ତିକ ଜେନା, ଛାୟାକାନ୍ତ ନନ୍ଦ, ସାଦ୍ଧ୍ ସିଦ୍ଧିକ୍ଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।


