ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):: ନାଉଗାଁ ବ୍ଳକରେ ଖାଦ୍ୟ ସୁରକ୍ଷା ଯୋଜନା କାର‌୍ୟ୍ୟକାରୀ ହେବା ପରଠାରୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ମୃତ୍ୟୁବରଣ କରିଥିବା ହିତାଧିକାରୀଙ୍କୁ ବାଦ ଦିଆଯାଉନାହିଁ । ଯାହାର ଫାଇଦା ନେଇ କେଉଁଠି ଡିଲରମାନେ ହିତାଧିକାରୀଙ୍କ ପରିବାରଙ୍କୁ ସାମଗ୍ରୀ ଦେଉନଥିବା ବେଳେ ଅନେକ ମୃତ ବ୍ୟକ୍ତି ଏହି ବ୍ଳକର ବିଭିନ୍ନ ପଂଚାୟତରେ ଖାଦ୍ୟ ସାମଗ୍ରୀ ନେଉଥିବା ଅଭିଯୋଗ ହେଉଛି । ସେହିପରି ରୋହିଆ ପଂଚାୟତର ବାବାଜୀ ରାଉତ ଦୀର୍ଘ ୨ ବର୍ଷ ହେବ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ନାମରେ ଏବେ ଖାଉଟି ସାମଗ୍ରୀ ଆସୁଅଛି । ଏ ବିଷୟରେ ଉକ୍ତ ପଂଚାୟତର ପୂର୍ବତନ ସରପଂଚ ଧନେଶ୍ୱର ନାୟକ, ଅଜିତ ପାତ୍ର, ଅମୀୟ ମହାନ୍ତି ଆଦି ଗତ ଜୁନ ୨ରେ ବିଡିଓଙ୍କୁ ଅଭିଯୋଗ କରିଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବାବାଜୀଙ୍କ ପୁତ୍ର ପଦ୍ମଚରଣ ରାଉତ ପ୍ରକାଶ କରିଛନ୍ତି ଯେ ଏବିଷୟରେ ଖାଉଟି କାର୍ଡରେ ଥିବା ସଦସ୍ୟା ଶ୍ୱେତାପଦ୍ମା ବିଶ୍ୱାଳ ୩୦ ମେ ୨୦୧୭ରେ ବିଡିଓଙ୍କ ନିକଟରେ ଲିଖିତ ଅଭିଯେଗା କରିଥିଲେ । ଅଭିଯେଗା ମୁତାବକ ଖାଦ୍ୟ ସୁରକ୍ଷା ଯୋଜନାର କାର୍ଡ ୧୨୦୬୧୪୧୦୯୭୮ ନମ୍ବରରେ ମୋର ଜେଜେ ବାପାଙ୍କ ସହିତ ମୋର ନାମ ସଂଯୋଗ ହୋଇ ରହିଥିଲା । ମୋର ଜେଜେବାପାଙ୍କର ୬ ମେ ୨୦୧୭ରେ ଦେହାନ୍ତ ହୋଇଅଛି । ତେଣୁ ଏହି ନାମକୁ ଖାଉଟି କାର୍ଡରୁ ବାଦ କରାଯାଉ । ଦୀର୍ଘ ୨ ବର୍ଷ ହେବ ଉକ୍ତ ନାମକୁ ବାଦ ଦେବାକୁ ଆବେଦନ କରାଯାଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ଏହି ନାମକୁ ବାଦ କରାଯାଇ ନଥିବା ସେ ପ୍ରକାଶ କରିଛନ୍ତି । ଏ ବିଷୟରେ ବ୍ଳକ ଯେଗାଣ ଅଧିକାରୀ ବିଜୟ ସିଂଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ