କରୋନା ଯୋଗୁଁ ସିଲ୍ ଥିବା ଏସବିଆଇର ୨ବ୍ୟାଙ୍କ ୬ଦିନ ପରେ ଖୋଲିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ସହରରେ ଥିବା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ପରିଚାଳକଙ୍କୁ କରୋନା ଆକ୍ରାନ୍ତ ହେବା ଯୋଗୁଁ ଗତ ୨୫ତାରିଖରୁ ସିଲ୍ ହୋଇଥିବା ପାରଳାଖେମୁଣ୍ଡି ଏସବିଆଇର ୨ଗୋଟି ଶାଖା ୬ଦିନ ପରେ ଆଜି ଖୋଲିଲା । ୨ଟି ଶାଖାକୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ସମ୍ପୁର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି । ମୁଖ୍ୟ ଶାଖା ପରିଚାଳକ ଭୁବନେଶ୍ୱର ଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେଠାରେ କରୋନା ପଜିଟିଭ୍ ବାହାରି ଥିଲା । ସେ ସେଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ପୁର୍ବରୁ ପାରଳାଖେମୁଣ୍ଡି ଏସବିଆଇ ମୁଖ୍ୟ ଶାଖା ପରିଶରରେ ଥିବା ଗେଷ୍ଟହାଉସ୍ରେ ସଙ୍ଗରୋଧ ଭାବେ ରହୁଥିଲେ । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାଙ୍କକୁ ସିଲ୍ କରିଥିଲେ । ଆଜି ବ୍ୟାଙ୍କ ଖୋଲାଯାଇ ଗ୍ରାହକମାନଙ୍କୁ ସମସ୍ତ ସେବା ଯୋଗାଇ ଦିଆଯାଉ ଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଖୁସି ପ୍ରକଟ ହୋଇଛି ।


