ବହୁ ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା ମିଳୁନଥିବା ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ବହୁ ପଞ୍ଜିକୃତ ନିର୍ମାଣ ଶ୍ରମିକ କରୋନା ସରକାରୀ ସହାୟତାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ନିର୍ମାଣ ଶ୍ରମିକମାନେ ଜୀବିକା ହରାଇଥିବାରୁ ପ୍ରତ୍ୟେକ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଏକହଜାର ୫ଶହଟଙ୍କା ଲେଖାଁଏ କରୋନା ସହାୟତା ପ୍ରଦାନ କରିବାକୁ ସରକାର ନିର୍ଦେଶ ଦେଇଥିଲେ । ସେହି ଅନୁଯାଇ ଜିଲ୍ଲା ଶ୍ରମ ବିଭାଗ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ ତାଲିକା ବ୍ଲକ ଓ ପୈାରାଚଂଳ ଗୁଡିକୁ ପଠାଇଥିଲେ । ସଂପୃକ୍ତ ବ୍ଲକ ବା ପୈାରାଚଂଳ ଗୁଡିକ ସେମାନଙ୍କ ଅଚଂଳର ପଞ୍ଜିକୃତ ନିର୍ମାଣ ଶ୍ରମିକ ତାଲିକା ପାଇବା ପରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । କିନ୍ତୁ ପ୍ରତ୍ୟେକ ବ୍ଲକ କିମ୍ବା ପୈାରାଚଂଳକୁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପଠାଯାଇଥିବା ତାଲିକାରେ ସେହି ବ୍ଲକ ବା ପୈାରାଚଂଳ ବ୍ୟତିତ ଅନ୍ୟ ବ୍ଲକ ଓ ପୈାରାଚଂଳର କେତେକ ନିର୍ମାଣ ଶ୍ରମିକଙ୍କ ନାମ ରହିଯାଇଥିବାରୁ ସେହି ପଞ୍ଜିକୃତ ନିର୍ମାଣ ଶ୍ରମିକମାନେ ସରକାରୀ ସହାୟତା ପାଇବାରୁ ବଂଚିତ ହୋଇଥିଲେ । ଏ ସମ୍ପର୍କରେ ସଂପୃକ୍ତ ବଂଚିତ ନିର୍ମାଣ ଶ୍ରମିକମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୈାଡି ଦୈାଡି ନିରାଶ ହୋଇଥିଲେବି ସେମାନଙ୍କୁ ସରକାରୀ ସହାୟତା ପ୍ରଦାନର କୈାଣସି ବ୍ୟବସ୍ଥା କରାଗଲା ନାହିଁ । ଜୁନ ୩୦ତାରିଖରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ରାମଚନ୍ଦ୍ର ନାୟକ ଚାକିରୀରୁ ଅବସର ନେଇଥିବା ବେଳେ ଡିଭିଜନାଲ ଶ୍ରମ କମିଶନର କୁମୁଦରଞ୍ଜନ ଦାସ ଅତିରିକ୍ତ ଭାବେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦାୟୀତ୍ୱରେ ରହିଲେ । କିନ୍ତୁ ସରକାରୀ କରୋନା ସହାୟତାରୁ ବଂଚିତ ନିର୍ମାଣ ଶ୍ରମିକମାନେ ପୂର୍ବପରି ସରକାରୀ ସହାୟତାରୁ ବଂଚିତ ହୋଇ ରହିଥିବାରୁ ଏଥିପ୍ରତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।


