ବହଳଦାରୋଡରେ ଏକାଧିକ ଦୋକାନରୁୁୁ ଚୋରି

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ବହଳଦାରୋଡ(ଝରାଡିହି) ରେଳ ଫାଟକ ନିକଟସ୍ଥ ଏକାଧିକ ଦୋକାନରୁ ଗତ ରାତିରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି। କ୍ଷତିଗ୍ରସ୍ତ ଦୋକାନୀ’ଙ୍କ ଅଭିଯୋଗ ଅନୁସାରେ ମୋଟ ୬’ଟି ଦୋକାନରୁ ତାଲା ଭାଙ୍ଗି ଚୋରି ଉଦ୍ୟମ କରାଯାଇଥିଲାବେଳେ ଦୁର୍ବୃତ୍ତ ମାନେ ୪’ଟି ଦୋକାନରୁ ଜିନିଷପତ୍ର ଓ ଟଙ୍କା ଚୋରାଇବାରେ ସଫଳ ହୋଇଛନ୍ତି। ସେଥି ମଧ୍ୟରୁ ୨’ଟି ଦୋକାନ ଚୋରି ହେବାରୁ ବର୍ତ୍ତି ଯାଇଛି।ଚନ୍ଦ୍ର ମୋହନ ମାହାଲି’ଙ୍କ ଅଟୋ ପାର୍ଟ୍ସ ଦୋକାନରୁ ଜାରରେ ଥିବା ୮୫’ଲିଟର ଡିଜେଲ ସହିତ ୪’ଟି ୩’ଲିଟରିଆ ମୋବିଲ ଡବା ଓ ବିଭିନ୍ନ ଅଟୋ ପାର୍ଟସ ଚୋରି ହୋଇଥିବା,ଶତ୍ରୁଘନ ବେହେରା’ଙ୍କ ଚପଲ ଦୋକାନରୁ ଅନୁମାନିକ ୧୫’ହଜାର ଟଙ୍କା ମୂଲ୍ୟର ସ୍ୟାଣ୍ଡାଲ ଓ ଚପଲ ଚୋରି ହୋଇଥିବା,ବସନ୍ତ ବେହେରା’ଙ୍କ ଜଳଖିଆ ଦୋକାନରୁ ବାକ୍ସ ତାଡି ସେଥିରେ ଥିବା ୨୫’ଶହ ଟଙ୍କା ଓ ଶୁଖିଲା ଖାଦ୍ୟ ଚୋରି ହୋଇଥିବା,ବାପୁନ ବେହେରା’ଙ୍କ ପାନ ଦୋକାରୁ ସିଗାରେଟ ପ୍ୟାକେଟ,ଗୁଟୁଖା ପ୍ୟାକେଟ ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଥିଲାବେଳେ ଏଠାରୁ ପାଖାପାଖି ୩୦’ହଜାର ଟଙ୍କା ମୂଲ୍ୟର ଜିନିଷପତ୍ର ଓ ଟଙ୍କା ଚୋରି ହୋଇଥିବା ଅନୁମାନ କରିଛନ୍ତି ଦୋକାନୀ ମାନେ।ତେବେ ଭରତ ବେହେରା ଓ ଅଭି ବାରିକ’ଙ୍କ ଦୋକାନ ଅଳ୍ପକେ ବର୍ତ୍ତି ଯାଇଛି। ଅଭି ବାରିକ’ଙ୍କ ଦୋକାନରୁ ପୂର୍ବରୁ ୨’ଥର କବାଟ ତାଡି ଚୋରି ହୋଇଥିବାବେଳେ ଏଥର ଦୁର୍ବୃତ୍ତ ମାନେ କବାଟ ତାଡିବାରେ ଅସଫଳ ହେବାରୁ ଚୋରିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ତେବେ ଝରାଡିହି ଅଞ୍ଚଳର ବିଭିନ୍ନ ଲୋକଙ୍କ ଘର ଓ ଦୋକାନରୁ ବାରମ୍ବାର ଚୋରି ଜନିତ ଘୋଟଣା ଘଟୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଏଥିରେ ଅଂକୁଶ ଲଗାଇବାରେ ଅସଫଳ ରହିଛନ୍ତି।ରେଳ ବିଭାଗ ଅଞ୍ଚଳରେ ଘଟିଥିବା ଏପରି ଅଭାବନୀୟ ଘଟଣାର ତଦନ୍ତ ଜିଆରପି ପୋଲିସ ଦ୍ୱାରା କରାଯିବାର ଆଇନ ରହିଥିଲାବେଳେ ଅଧିକାଂଶ ସମୟ ଜିଆରପି କନେଷ୍ଟବଳ ଅନୁପସ୍ଥିତ ରହିବା ତଥା ଜିଆରପି ଥାନା ସୁଦୁର ରାଉରକେଲାରେ ଥିବାରୁ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆଗକୁ ଯାଇ ପାରୁନାହିଁ।ଏଠାରେ ତିରିଂ’ଥାନା ଅଧିନରେ ଥିବା ଫାଣ୍ଡିରେ ମଧ୍ୟ କର୍ମଚାରୀ ଅଭାବ ଥିବାରୁ ରାତ୍ରୀ ଜଗୁଆଳି ଦିଆଯାଇ ପାରୁ ନଥିବା ସୂଚନା ଦେଇଥିଲେ ଝରାଡିହି ଫାଣ୍ଡି ଅଧିକାରୀ।ତେବେ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ଅନୁସାରେ ଏଠାରେ ଅବାଧରେ ଚାଲୁଥିବା ଜୁଆଖେଳ ଯୋଗୁଁ ଚୋରି ଜନିତ ଘଟଣା ବାରମ୍ବାର ଘଟୁଛି।ଜୁଆରୀ’ଙ୍କ ବିରୁଦ୍ଧରେ ପ୍ରଶାସନ ଦ୍ୱାରା କାର୍ଯାନୁଷ୍ଠାନ ଗ୍ରହଣ କରାଗଲେ ଅଞ୍ଚଳରେ ଘଟୁଥିବା ପାରିବାରିକ ଅଶାନ୍ତି ଓ ଅପ୍ରିତିକର ଘଟଣା ଘଟିବା କମ୍ ହୋଇଯିବ।ଏ ସବୁ ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ଦ୍ୱାରା ଉଚିତ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ