ଛତ୍ରପୁରରେ ଦୁଇ ପଜିଟିଭ୍ ଚିହ୍ନଟ, ବର୍ଷା ସତ୍ୱେ ପୁଲିସ ଓ ପ୍ରଶାସନ ଅଧିକାରୀ ପଇଁତରା ମାରି ସ୍ଥିତି ପରଖିଲେ  

ଛତ୍ରପୁର, ( ୱାଇଏନ୍‌ଏସ୍‌) ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହର ଏବଂ ସହରକୁ ସଂଲଗ୍ନ ଇଲାକାରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମିତ ହୋଇଥିବା ୨ ଜଣ ବ୍ୟକ୍ତି ସରକାରୀ କର୍ମଚାରୀ ବୋଲି ସୂଚନା ମିଳିଛି । ଜଣେ କର୍ମଚାରୀ ଖଲ୍ଲିକୋଟ ଅଂଚଳରେ ଏବଂ ଅନ୍ୟ ଜଣେ ହିଞ୍ଜିଳି ଅଂଚଳରେ କାର୍ଯ୍ୟ କରୁଛନ୍ତି । ଖଲ୍ଲିକୋଟ ଅଂଚଳରେ କାର୍ଯ୍ୟ କରୁଥିବା କର୍ମଚାରୀ ଛତ୍ରପୁର ଚଣ୍ଡିଛକ ସ୍ଥିତ ନାଇଡୁ କଲୋନୀରେ ରହୁଥିବା ବେଳେ ହିଞ୍ଜିଳି ଅଂଚଳରେ କାର୍ଯ୍ୟ କରୁଥିବା କର୍ମଚାରୀ ଜଣକ ସହରକୁ ସଂଲଗ୍ନ ଥିବା ଭାଗ୍ୟଲକ୍ଷ୍ମୀନଗର ସାହିରେ ରହୁଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଅଂଚଳକୁ କଟକଣା ଜାରି କରିବା ପାଇଁ ପଦକ୍ଷେପ ନିଆଯାଇଛି ।     ଛତ୍ରପୁର ଏନ୍‌ଏସିରେ ୬ ଦିନିଆ ଶଟଡାଉନ ଜାରି ରହିଛି। ଶନିବାର ପଞ୍ଚମ ଦିନରେ ବର୍ଷା ସତ୍ୱେ ପୋଲିସ ଓ ପ୍ରଶାସନ ଅଧିକାରୀ ମାନେ   ଏନଏସି ର ବିଭିନ୍ନ ସାହି ବସ୍ତି ବୁଲି   ଶଟଡାଉନର ସ୍ଥିତି ପରଖିଛନ୍ତି l ଏହାସହ  ଛତ୍ରପୁର ସହରରେ ସାଇରନ ବଜାଇ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛିା ଏହାର ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରଯାଇଛି। ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ, ଏନଏସି ନିର୍ବାହୀ ଅଧିକାରୀ ଏନ୍‌ ଗଣେଶ ବାବୁ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ପ୍ରମୁଖ ଲୋକଙ୍କୁ ସଚେତନ କରିଛନ୍ତି। ସୂଚନାଯୋଗ୍ୟ , ଏନ୍‌ଏସି ଅଞ୍ଚଳର ବିଭିନ୍ନ ସ୍ଥାନରେ କରୋନା ରୋଗୀ ଚିହ୍ନଟ ହେଉଥିବାରୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ନିର୍ଦେଶ କ୍ରମେ ଜୁନ 30 ରୁ ଜୁଲାଇ 5 ତାରିଖ  ପର୍ଯ୍ୟନ୍ତ  ଛତ୍ରପୁର ଏନ୍‌ଏସିକୁ ୬ ଦିନ ପାଇଁ ଶଟଡାଉନ ଘୋଷଣା କରିଥିଲେ। ଅପରପକ୍ଷରେ ଦୈନିକ ପଜିଟିଭ ସଂଖ୍ୟା ଏଠାରେ ବଢୁଥିବା ଦେଖିବାକୁ ମିଳିଛି। ଲୋକଙ୍କ ସୁରକ୍ଷା କୁ ଦୃଷ୍ଟି ରେ ରଖି ଏନଏସି ପକ୍ଷରୁ   ବାରାକ ସାହି, କଳ୍ପବାସୀନଗରକୁ ସିଲ୍‌ କରାଯାଇଥିଲା l ପରେ ଉକ୍ତ ଦୁଇ ସାହିକୁ  ଜିଲ୍ଲାପ୍ରଶାସନ ପକ୍ଷରୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା  l ଏହା ସହ ଉକ୍ତ ଅଂଚଳ କୁ ସଂଲଗ୍ନ କରୁଥିବା ଅଂଚଳ ଗୁଡିକୁ ବିଫର ଜୋନ ଭାବେ ଘୋଷଣା କରାଯାଇଛି l  ପୁଣି  ନିୟ୍ୟୁ ମେଡିକାଲ କଲୋନୀରେ ମଧ୍ୟ ଛତ୍ରପୁର ହସ୍ପିଟାଲର ଆଟେନାଣ୍ଟ ଶୁକ୍ରବାର ପଜିଟିଭ ଚିହ୍ନଟ ହୋଇଥିଲେ  । ସେହି ଅଂଚଳ କୁ ମଧ୍ୟ ସିଲ କରାଯାଇଛି l  ଆଜି ଛତ୍ରପୁର ସହର ଏବଂ ସହରକୁ ସଂଲଗ୍ନ ଇଲାକାରୁ ୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ