କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ବିକ୍ଷୋବ ପ୍ରଦର୍ଶନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):୧୨ ଗୋଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରା ପ୍ରକାରେ ଗତକାଲି ୦୩.୦୭.୨୦୨୦ ଦିନ ୮ ଦଫା ଦାବି ନେଇ ପ୍ରତେକ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବାପାଇଁ ନିର୍ଦେଶ ଦିଆଯାଇଥିବା ବେଳେ ଭଞ୍ଜନଗର ଶ୍ରମିକ କର୍ମଚାରୀ ସମନ୍ଵୟ ସମିତି ର ସମ୍ପାଦକ ହରେକୃଷ୍ଣ ସାହୁ ଙ୍କ ନେତୃତ୍ୱ ରେ ଭଞ୍ଜନଗର ଭାରତ ସଂଚାର ନିଗମ ଲିମିଟେଡ଼ କାର୍ଯ୍ୟାଳୟ ସମୁଖରେ କାଜୁଏଲ କର୍ମଚାରୀମାନେ “କେନ୍ଦ୍ର ସରକାର ଙ୍କ ଶ୍ରମିକ ବିରୋଧୀ ନୀତି ” ବିରୁଦ୍ଧରେ ସାମାଜିକ ଦୂରତା ନିୟମ ମାନି ବିକ୍ଷୋବ ପ୍ରଦର୍ଶନ କରିଥିଲେ l କେନ୍ଦ୍ରୀୟ ଶ୍ରମ ଆଇନ କୁ ତୁରନ୍ତ ପ୍ରତ୍ୟାହାର କରିବା, ୮ ଘଣ୍ଟା କାର୍ଯ୍ୟ ବଦଳରେ ୧୨ ଘଣ୍ଟା କାର୍ଯ୍ୟ ଆଇନ କୁ ରଦ୍ଦକରିବା, ରାଷ୍ଟ୍ରାୟତ ସଂସ୍ଥା କୁ ଘରୋଇ କମ୍ପାନୀ ହାତ କୁ ଟେକିଦେବା, ଡି ଏ ଓ ଡି ଆର ୧୮ ମାସ ପର୍ଯ୍ୟନ୍ତ ବନ୍ଦ କରିବା ପ୍ରତ୍ୟାହାର କରାଯାଉ, ବିଦେଶୀ କମ୍ପାନୀ ଓ ଦେଶୀ କମ୍ପାନୀ ଙ୍କ ଭାଗୁଆଳି ଗବେଷଣା ବନ୍ଦ କରାଯାଉ, ପ୍ରତିରକ୍ଷା ବିଭାଗ ରୁ ୭୪% ପୁଞ୍ଜି ପ୍ରତ୍ୟାହାର ବନ୍ଦ କରାଯାଉ, କୃଷିକ୍ଷେତ୍ରରେ ଅଧିକପୁଞ୍ଜି ବିନିଯୋଗ କରାଯାଉ, ପୁଞ୍ଜିପତି ତୋଷଣନୀତି ବିରୁଦ୍ଧରେ ପ୍ରତିବାଦ କରିବା ଇତ୍ୟାଦି ୮ ଦଫା ଦାବିନେଇ ବିକ୍ଷୋବ ପ୍ରଦର୍ଶନ କରାଯାଇଛି l ଏହି ଆନ୍ଦୋଳନରେ ବି ଏସ ଏନ୍ ଏଲ ଠିକାକର୍ମଚାରୀ ସଂଘ ର ସଭାପତି ପ୍ରେମାନନ୍ଦ ରାଉତରାୟ, ସମ୍ପାଦକ ମୋହନ ଗୌଡ଼ ,ବରିଷ୍ଠ କର୍ମଚାରୀ ରତିକାନ୍ତ ସ୍ୱାଇଁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ