ସାନଖେମୁଣ୍ଡିରେ ଦୁଇ ମୁଣ୍ଡ ନେଲାଣି କରୋନା, ୧୨୦କୁ ଛୁଇଁଲା ଆକ୍ରାନ୍ତ ସଂଖ୍ୟା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡିରେ କରୋନା ରଚିଲାଣି ତାଣ୍ଡବ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି ଏହି କରୋନା ରୋଗ । ଏବେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସାନଖେମୁଣ୍ଡି ବ୍ଲକ୍ରେ ୧୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଛି । ଖଲିଙ୍ଗିର ଜେନୌକ ବ୍ୟକ୍ତି ବ୍ରହ୍ମପୁର ବଡ଼ମେଡିକାଲ ଚିକିତ୍ସା ହେଉଥିବା ବେଳେ କରୋନା ଲକ୍ଷଣ ଥିବା ଯୋଗୁଁ କୋଭିଡ଼ ମେଡିକାଲ୍କୁ ନିଆଯାଇଥିଲା । ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଅଜଣା ଜ୍ୱର ସାଧାରଣ ଲୋକଙ୍କୁ କବଳିତ କରିଛି । ପ୍ରତ୍ୟେକ ଦିନ ସାନେଖେମୁଣ୍ଡି ବ୍ଲକ୍ ଅଞ୍ଚଳରେ ଅଜଣା ଜ୍ୱରରେ ପୀଡିତ ହୋଇ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । କରୋନା ଭୟାବହତାକୁ ଦେଖି ଯେଉଁ ମେଡିକାଲ୍କୁ ଚିକିତ୍ସା ହେବା ଯାଉଛନ୍ତି ସେଠାରେ ଡାକ୍ତର କରୋନା ସନ୍ଦେହ କରି ଘଉଡ଼ାଉଛନ୍ତି । ଅତାଙ୍କର ବାତାବରଣ ଖେଳି ଯାଇଛି ସାନଖେମୁଣ୍ଡି ଅଂଚଳରେ । ଅଞ୍ଚଳର ଯେଉଁମାନେ ସର୍ଭେ କରାଇ ଘରେ ରହିବାକୁ ସଚେତନତା କରାଉଥିଲେ ସେମାନେ ଆଜି ଭୟଭୀତ । କଙ୍କୋରଡ଼ା ଚାଁ ଦୋକାନୀ ଠାରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣ ଆହୁରି ତୀବ୍ରତର ହୋଇପଡିଛି । ଆଡ଼ପଡ଼ା ମେଡିକାଲର ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ଡ୍ରାଇଭର, କର୍ମଚାରୀ ଓ ସାନଖେମୁଣ୍ଡି ତହସିଲଦାରଙ୍କ କରୋନା ପଜିଟିଭ ହେବା ପରେ ପୁରା ପ୍ରଶାସନ ନିରବ ହୋଇଯାଇଥିବା ଦେଖିବାକୁ ମିଳୁଛି । ପ୍ରବାସୀ ଓଡିଆ ଆସିବା ପରେ ଅଞ୍ଚଳରେ କରୋନା ସ୍ଥିତି ସଂଗୀନ ହୋଇପଡିଛି । ସାନଖେମୁଣ୍ଡିରେ ୧୨୦ ଜଣ ସଂକ୍ରମଣ ହୋଇଥିବା ବେଳେ ଆଡ଼ପଡ଼ା, କଙ୍କୋରଡ଼ା, ଖଲିଙ୍ଗି, ଗମ୍ଭାରୀଗୁଡ଼ା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଏବଂ କେତେକ ଗ୍ରାମକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିଭଳି ପାଟପୁର ସଂକ୍ରମଣ ସଂଖ୍ୟା ବଢ଼ିଥିବାରୁ ସରପଞ୍ଚ କଣ୍ଟେନମେଣ୍ଟ ଜୋନ୍ ଓ ସଟ୍ଡ଼ାଉନ କରିଥିଲେ ସୁଦ୍ଧା ଜନସାଧାରଣଙ୍କ ଉପରେ ଏହା କାଟୁ କରି କରିନଥିଲା । ପ୍ରତ୍ୟେକ ପଞ୍ଚାୟତରେ କରୋନା ଭୂତାଣୁ ସ୍ଥିତି ଯାହିର କରିଛି । ଡେଙ୍ଗାଡ଼ି -୧, ପାଟପୁର-୫, ରାଧାଦେଇପୁର-୨, ସିଙ୍ଗିପୁର-୧,ଡେଙ୍ଗାଓସ୍ତା-୧, ମୋହିଗୁଡ଼ା-୧,ଖଲିଙ୍ଗି-୨, ଏରେଣ୍ଟ୍ରା୨, କରାଖଣ୍ଡି-୨, ଆଡ଼ପଡ଼ା୨ କ୍ରମାଗତ ଭାବେ ଏହି ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଲକ୍ଡ଼ାଉନ୍କୁ ଆହୁରି କଡ଼ାକଡ଼ି କରାଗଲେ ତେବେ ସଂକ୍ରମଣକୁ ରୋକାଯାଇପାରିବ । ଏନେଇ ଜିଲ୍ଲା ପ୍ରଶାସନ ସାନଖେମୁଣ୍ଡି ବ୍ଲକ୍କୁ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଜନଜୀବନ ରକ୍ଷା କରାଯାଇପାରିବ ବୋଲି ସାଧାଳରଣରେ ମତପ୍ରକାଶ ପ୍ରକାଶ ପାଇବା ସହ ଦାବି ମଧ୍ୟ ହୋଇଛି ।


